୨୧ ମାର୍ଚ୍ଚ, ଗୁରୁବାର: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ

ମେଷ: କ୍ଲାନ୍ତ ଅନୁଭବ କରିବେ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନଦେବ ସେଥିପ୍ରତି ଧ୍ୟାନ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ଖର୍ଚ୍ଚ ବଢ଼ିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ମିଥୁନ: କୌଣସି ନୂଆ ଯୋଜନା ଆରମ୍ଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। କର୍କଟ: ଅସୁସ୍ଥ ଅନୁଭବ କରିବେ। ମନରେ ନକାରାତ୍ମକ […]

rasifala

Rajalaxmi Sahu
  • Published: Thursday, 21 March 2019
  • , Updated: 21 March 2019, 11:17 AM IST

ମେଷ: କ୍ଲାନ୍ତ ଅନୁଭବ କରିବେ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନଦେବ ସେଥିପ୍ରତି ଧ୍ୟାନ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ଖର୍ଚ୍ଚ ବଢ଼ିବ। ଦ୍ୱନ୍ଦ୍ୱ ଭିତରେ ରହିବେ।

ମିଥୁନ: କୌଣସି ନୂଆ ଯୋଜନା ଆରମ୍ଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି।

କର୍କଟ: ଅସୁସ୍ଥ ଅନୁଭବ କରିବେ। ମନରେ ନକାରାତ୍ମକ ଭାବନା ସୃଷ୍ଟି ହେବ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ସିଂହ: ଦୃଢ଼ ଆତ୍ମବିଶ୍ୱାସ ଓ ସଠିକ୍‌ ନିଷ୍ପତ୍ତି ଯୋଗୁ ଆଜି ଆପଣଙ୍କର ସବୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଅଭିଭାବକଙ୍କ ସହଯୋଗ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା:  କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ଅସୁସ୍ଥ ଅନୁଭବ କରିବେ। ହଠାତ୍‌ ଖର୍ଚ୍ଚାନ୍ତରେ ପଡ଼ିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଖୁସିରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ପ୍ରଶଂସିତ ହେବେ। କୌଣସି ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ। ସୁସ୍ୱାଦୁ ଭୋଜନ ଖାଇବେ।

ବିଛା: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ସମ୍ମାନ ଓ ପ୍ରତିଷ୍ଠା ମିଳିବ। ପରିବାରରେ ଭଲ ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି।

ଧନୁ:  ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ପିଲାଙ୍କ ଭବିଷ୍ୟତକୁ ନେଇ ଚନ୍ତିତ ରହିପାରନ୍ତି।

କୁମ୍ଭ: ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ସୁସ୍ୱାଦୁ ଭୋଜନ ଖାଇବେ। କୌଣସି  ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ।

ମୀନ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story