୨୧ ମାର୍ଚ୍ଚ, ମଙ୍ଗଳବାର: ପିଲାମାନଙ୍କ ଆଚରଣରେ ଦୁଃଖିତ ହେବେ

କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ ଏବଂ ବ୍ୟବସାୟରେ ଲାଭ ପାଇବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ । ଦୂରସ୍ଥାନକୁ ଯାତ୍ରା କରିବେ।

Rashi

  • Published: Tuesday, 21 March 2023
  • , Updated: 21 March 2023, 12:51 PM IST

ମେଷ : ପିଲାମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଦୂରସ୍ଥାନକୁ ଯାତ୍ରା କଲେ ଶୁଭଫଳ ପାଇବେ। ଭାତୃ ବିବାଦ ଦୂରେଇ ଯିବା ସହିତ ଖୁସି ଖବର ପ୍ରାପ୍ତି ହେବ ଓ ବନ୍ଧୁ ସାହାଯ୍ୟ କରିବେ ।

ବୃଷ : କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ ଏବଂ ବ୍ୟବସାୟରେ ଲାଭ ପାଇବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ । ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରମାନେ ପାଠପଢ଼ାରେ ଉନ୍ନତି କରିବେ।

ମିଥୁନ: ପାରିବାରିକ ସମସ୍ୟା ଦେଖାଯିବ । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୃ ବୃଦ୍ଧି ହେବେ । ବ୍ୟବସାୟରେ ଆଶାନୁସାରେ ଲାଭ ମିଳିବ ନାହିଁ । ଯାହାଫଳରେ ମନ ଅଶାନ୍ତ ରହିବ । ପିଲାମାନଙ୍କର ଆଚରଣ ଭଲ ରହିବ ନାହିଁ।

କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ପ୍ରେମିକପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପୂର୍ବରୁ ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟୀମାନେ ଆଶାନୁରୂପ ଲାଭ ପାଇବେ । ଶତ୍ରୁମାନେ ମିତ୍ର ଭାବ ଆଚରଣ କରିବେ।

ସିଂହ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ହସ୍ତଗତ ହେବ। ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ ।

କନ୍ୟା: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ।ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ଗୃହ କିମ୍ବା ଯାନବାହନ କିଣିବାକୁ ଯୋଜନା ପ୍ରସ୍ତୁତ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ ।

ଧନୁ: ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ, ଉଧାର ଦେଇ ଫେରି ପାଇବା ସହଜ ହେବ । ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଛାତ୍ରଛାତ୍ରୀ ମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ ।

ମକର : ସ୍ୱାସ୍ଥ୍ୟ ଆଗ ଅପେକ୍ଷା ବହୁତ ଭଲ ରହିବ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇଲେ ମଧ୍ୟ ଅଶାନ୍ତି ସୃଷ୍ଟି ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଭ୍ରମଣ କରିବେ ଓ ସୁସ୍ୱାଦୁ ଭୋଜନ କରିବେ।

କୁମ୍ଭ: ବ୍ୟବସାୟରେ ଲାଭ ପାଇ ପାରିବେ ଓ ନୂଆ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବହୁ ଦିନରୁ ବାକି ପଡିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଭୂମି, ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ମୀନ: ବ୍ୟବସାୟୀମାନଙ୍କର ବ୍ୟୟ ଭାବ ବଢ଼ିବାରୁ ମନ ଅଶାନ୍ତ ରହିବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

Related story