୨୧ନଭେମ୍ବର, ରବିବାର; ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ

ମେଷ: ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ବୃଷ: ଜନସେବାରେ ନିଜକୁ ନିୟୋଜିତ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ମିଥୁନ: ସହକର୍ମୀମାନେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆତ୍ମବିଶ୍ୱାସ ବଢ଼ିବ। କର୍କଟ: ସନ୍ତାନଙ୍କ ପକ୍ଷରୁ ରହିଥିବା ଚିନ୍ତା ଦୂର ହେବ। ଆକସ୍ମିକ ଅର୍ଥଲାଭ ହେବ। ସମ୍ମାନ ବୃଦ୍ଧିହେବ। ସିଂହ: ସାଂଗଠନିକ କାର୍ଯ୍ୟରେ ଅଂଶ […]

RASI

Tapaswini Nayak
  • Published: Sunday, 21 November 2021
  • , Updated: 21 November 2021, 07:39 AM IST

ମେଷ: ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ।

ବୃଷ: ଜନସେବାରେ ନିଜକୁ ନିୟୋଜିତ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି।

ମିଥୁନ: ସହକର୍ମୀମାନେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ସନ୍ତାନଙ୍କ ପକ୍ଷରୁ ରହିଥିବା ଚିନ୍ତା ଦୂର ହେବ। ଆକସ୍ମିକ ଅର୍ଥଲାଭ ହେବ। ସମ୍ମାନ ବୃଦ୍ଧିହେବ।

ସିଂହ: ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

କନ୍ୟା: ସହଜରେ କୌଣସି କଠିନ ସମସ୍ୟାର ସମାଧାନ ହୋଇଯିବ। ଏଥିରେ ଆତ୍ମୀୟଙ୍କ ସହଯୋଗ ପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା: ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ।

ଧନୁ: ପୁରୁଣା ରୋଗରୁ ଉପଶମ ମିଳିବ। ଆୟ ବୃଦ୍ଧି ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର: ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ। ମାନସିକ ଅଶାନ୍ତି ଦୂରହେବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ।

କୁମ୍ଭ: ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ।

ମୀନ: ବନ୍ଧୁଙ୍କ ଠାରୁ ଉପହାର ପ୍ରାପ୍ତି ହେବ। ଶତ୍ରୁମାନେ ପରାଜିତ ହେବେ। କମ୍ ପରିଶ୍ରମରେ ଭଲ ଫଳ ପାଇବେ।

Related story