୨୨ ମାର୍ଚ୍ଚ, ଶୁକ୍ରବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ମେଷ: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଅନ୍ୟକୁ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ବୃଷ: ପରିଶ୍ରମର ଫଳ ମିଳିବ। ଆପଣଙ୍କର କଥା ଓ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ବାହାରେ ଭୋଜନ କରନ୍ତୁ ନାହିଁ। ମିଥୁନ: ଅଧିକ ଚିନ୍ତିତ ରହିବେ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। […]

rasifala

Rajalaxmi Sahu
  • Published: Friday, 22 March 2019
  • , Updated: 22 March 2019, 07:36 AM IST

ମେଷ: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଅନ୍ୟକୁ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ବୃଷ: ପରିଶ୍ରମର ଫଳ ମିଳିବ। ଆପଣଙ୍କର କଥା ଓ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ବାହାରେ ଭୋଜନ କରନ୍ତୁ ନାହିଁ।

ମିଥୁନ: ଅଧିକ ଚିନ୍ତିତ ରହିବେ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ମିଳିବ।

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କରନ୍ତୁ। ଆୟ ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଶାମୁତାବକ ଲାଭ ମିଳିବ। ଉପହାର ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି।

ତୁଳା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରଖନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିଛା: ଦିନଟି ଭଲରେ କଟିବ। ଆୟ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଧନୁ: ସମ୍ମାନ ଓ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଭଲ ବାତାବରଣ ରହିବ।

ମକର: ଅସୁସ୍ଥ ଅନୁଭବ କରିବେ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଓ ନିଜର କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଘରକୁ ଅତିଥି ଆସିପାରନ୍ତି।

ମୀନ: କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story