ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।
ବୃଷ: ବ୍ୟବସାୟରେ ଅଧିକ ପରିଶ୍ରମ କରି ଅଧିକ ଲାଭ ପାଇବାର ସୁଯୋଗ ଆସିବ। ଅଚାନକ ଶୁଭ ଖବର ପାଇ ମନ ଖୁସିହେବ। ପରିବାରରେ ଶାନ୍ତି ପାଇବେ।
ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟହେବ। ମନ ଶାନ୍ତ ରହିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନ ଖୁସିରହିବ।
କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ଶତ୍ରୁମାନେ ହଇରାଣରେ ପକାଇପାରନ୍ତି, ସତର୍କ ରୁହନ୍ତୁ।
ସିଂହ: ସମସ୍ୟାର ସମାଧାନ କରିନେବେ। ବ୍ୟବସାୟରେ ଭଲ ଲାଭ କରିବେ। ପରିବାରରେ ଶୁଖ ଶାନ୍ତି ପାଇବେ।
କନ୍ୟା: ବ୍ୟବସାୟରେ ସଫଳତା ପାଇବେ। ନୂତନ ଆୟର ପନ୍ଥା ମିଳିଯାଇପାରେ, ଚେଷ୍ଟା ଜାରି ରଖନ୍ତୁ। ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନ ଖୁସି ରହିବ।
ତୁଳା: ଅର୍ଥଲାଭର ସୁଯୋଗ ଆସିବ। ପାରିବାରିକ ଜୀବନ ସୁଖମୟ ରହିବା ସହିତ ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବିଛା: ବ୍ୟବସାୟରେ ବ୍ୟୟ ଅଧିକା ହେବା ଯୋଗୁଁ ମାନସିକ ଚାପ ଅନୁଭବ କରିବେ। ଚାକିରି କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହିତ ମତାନ୍ତର ହୋଇପାରେ। ପରିବାରରେ ଶାନ୍ତି ପାଇବେ।
ଧନୁ: ଦୈନିକ ରୋଜଗାରରେ ଲାଭବାନ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ମାନ-ସମ୍ମାନ ଏବଂ ପାରିବାରିକ ସୁଖ ବୃଦ୍ଧି ଘଟିବ।
ମକର: ଉପସ୍ଥିତ ବୁଦ୍ଧି ଲଗାଇ ଅନେକ ସମସ୍ୟାର ସମାଧାନ କରିନେବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଚାକିରି କ୍ଷେତ୍ରରେ ଉନ୍ନତି କରିବେ।
କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ। ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ମହିଳାମାନେ ଧର୍ମପରାୟଣା ହେବେ।
ମୀନ: କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ। ବ୍ୟବସାୟରେ ଆକସ୍ମିକ କ୍ଷତି ସହିବାକୁ ପଡିପାରେ। ପରିବାରରେ ବାଦବିବାଦ ଦେଖାଦେଇପାରେ।