୨୨ ଜାନୁଆରୀ, ଶନିବାର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ

ମେଷ: ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବୃଷ: ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇ ପାରିବେ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନ-ସମ୍ମାନ ବୃଦ୍ଧି ପାଇବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ବ୍ୟବସାୟରେ ଅଧିକ ଲାଭ ମିଳିବ।  ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ ।

ସିଂହ: ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

କନ୍ୟା:  ଘରକୁ ଅତିଥି ଆସିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବ୍ୟବସାୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହୋଇପାରେ।

ତୁଳା: ଖୁସିଖବର ପ୍ରାପ୍ତି ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

ଧନୁ: କୌଣସି କଥାକୁ ନେଇ ମନରେ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସୁସ୍ୱାଦୁ ଭୋଜନ କରିବେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।