୨୨ ଜୁଲାଇ, ଶୁକ୍ରବାର: ଶତ୍ରୁମାନେ ପରାଜିତ ହେବେ

ମେଷ: କୌଣସି ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ। ଅଧସ୍ତନକର୍ମୀ  ଓ ସହକର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ବିଦ୍ୟାରେ ମନନିବେଶ କରିବେ ଓ ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ ।

ବୃଷ: ସାମାଜିକ କାର୍ଯ୍ୟରେ ନୂତନ ଲୋକଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ଦୃଢ ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ।

ମିଥୁନ: ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଜାଗାଜମି, ଯାନବାହାନ ଓ ଗୃହ ଉପକରଣ କ୍ରୟ କରିପାରନ୍ତି ।

କର୍କଟ: ଅନେକ ଶୁଭକର୍ମରେ ସାମିଲ ହେବାର ସୁଯୋଗ ପାଇବେ । ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟରେ ମନୋନିବେଶ କଲେ  ଭଲ ଲାଭ ପ୍ରାପ୍ତି ହେବ । ବନ୍ଧୁ ମିତ୍ରଙ୍କ ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ପୂର୍ଣ୍ଣ ହେବ  ।

ସିଂହ: ଶତ୍ରୁ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ।

କନ୍ୟା: ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ବିଦ୍ୟାକ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ।

ତୁଳା: ସମାଜସେବା ଓ ରାଜନୀତିରେ ସୁନାମ ଅର୍ଜନ କରିବେ ।  କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ।

ବିଚ୍ଛା: ସାଧୁସନ୍ଥ ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣ ହେବ ।

ଧନୁ: ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଓ ଉଚ୍ଚାଧିକାରୀ କାମରେ ପ୍ରସନ୍ନ ରହିବେ  । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପାରିବାରିକ କ୍ଷେତ୍ରରେ ଅନେକ ସମସ୍ୟା ସମାଧାନ କରି ସୁଖଶାନ୍ତି ପାଇବେ ।

ମକର: ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ।  ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ । ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇପାରିବ ।

କୁମ୍ଭ: କର୍ମକ୍ଷେତ୍ରଟି ସୁଦୃଢ ହେବା ଫଳରେ ସମସ୍ତ ଚିନ୍ତା ଦୂର ହୋଇ ପରାକ୍ରମ ବଢିବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦଭାବ ଦେଖାଦେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ।

ମୀନ: ସହକର୍ମୀମାନଙ୍କର ସମର୍ଥନ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ମିତ୍ରମାନଙ୍କ ସହଯୋଗ ପାଇ ବ୍ୟାପାର ଓ କାରବାରର ସ୍ଥିତି ସୁଦୃଢ ହେବ । ନିଜ ଲୋକ ସାହାଯ୍ୟ କରିବା ଫଳରେ ପ୍ରେମ ପ୍ରସଙ୍ଗରେ ଶୁଭ ସମାଚାର ମିଳିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।