RASI
ମେଷ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ଦୃଢ଼ ରହିବ।
ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କଠିନ ପରିଶ୍ରମ କରିବେ। ସାମାଜିକ ପତିଆରା ବଜାୟ ରହିବ।
ମିଥୁନ:ପରୋକ୍ଷରେ ଶତ୍ରୁମାନଙ୍କୁ ପ୍ରତିହତ କରିବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ଆଶା କରିଥିବା କାମ ସମ୍ପନ୍ନ ହେବ।
କର୍କଟ:ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।
ସିଂହ: ପରିବାରଜନଙ୍କ ଉନ୍ନତିରେ ଖୁସି ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।
କନ୍ୟା:ଅଫିସ୍ରେ ନୂଆ ଦାୟିତ୍ୱ ମିଳିପାରେ। ମନୋକାମନା ପୂରଣ ହେବ। କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।
ତୁଳା: ଅସୁସ୍ଥ ଅନୁଭବ କରିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ନେଇ ଆଲୋଚନା ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ।
ବିଛା:ବହୁ ଦିନର ଆଶା ପୂରଣ ହେବ। ପୂର୍ବ ଅପେକ୍ଷା ଆୟ ବଢ଼ିବ। ଦିନଟି ଭଲରେ କଟିବ।
ଧନୁ:ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ କୌଣସି ବନ୍ଧୁ ସହାୟତା କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି।
ମକର:ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଯେକୌଣସି ନୂଆ କାମ ଆରମ୍ଭ କରିପାରିବେ।
କୁମ୍ଭ:ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନୂଆ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ।
ମୀନ:ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/RASI.jpg)