୨୨ ଜୁନ, ଗୁରୁବାର: ବ୍ୟବସାୟରେ ଲାଭ ହେଲେ ବି ଘରେ ଅଶାନ୍ତି ଲାଗି ରହିବ

କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅପମାନ ମିଳିବାରୁ ମନ ଦୁଃଖ ରହିବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁଙ୍କଠାରୁ ସାହାଯ୍ୟ ଆଣିପାରନ୍ତି ।

Representational Image

  • Published: Thursday, 22 June 2023
  • , Updated: 22 June 2023, 07:43 AM IST

ମେଷ: ଆର୍ଥିକ ସମସ୍ୟା ଲାଗିରହିବାରୁ ମନ ଭଲ ରହିବ ନାହିଁ । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବନ୍ଧୁଙ୍କଠାରୁ ପରାମର୍ଶ ନେଇପାରନ୍ତି। ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବାରୁ ବାପାମା’ ଖୁସି ହେବେ ।

ବୃଷ : କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅପମାନ ମିଳିବାରୁ ମନ ଦୁଃଖ ରହିବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁଙ୍କଠାରୁ ସାହାଯ୍ୟ ଆଣିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୃ ବୃଦ୍ଧି ପାଇବେ । ଫଳରେ ମନ ବ୍ୟସ୍ତବିବ୍ରତ ରହିବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ରାଜନୀତି କରୁଥିବା ବ୍ୟକ୍ତି ସଫଳତା ନପାଇବାରୁ ମନ ଭଲ ଲାଗିବ ନାହିଁ ।

କର୍କଟ: ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ମନ ବଳାଇବେ ଓ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

ସିଂହ: ବ୍ୟବସାୟରେ ଶୁଭଫଳ ମିଳିବ ନାହିଁ । କାହା ସହିତ କଳହ ହୋଇପାରେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ନାହିଁ । ସନ୍ତାନ ମାନଙ୍କ ପାଇଁ ବାପାମା’ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବାରୁ ବନ୍ଧୁ ସାହାଯ୍ୟ କରିବେ ।

କନ୍ୟା: ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ପଡୋଶୀଙ୍କ ସହିତ ଉତ୍ତମ ବୁଝାମଣା ରହିବ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ସୃଷ୍ଟି ହେବ। ସୁସ୍ୱାଦୁ ଭୋଜନ କରିବେ ।

ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ ।

ମକର: କର୍ମକ୍ଷେତ୍ରର ବ୍ୟସ୍ତତା ନେଇ ସୁଖ ଶାନ୍ତି ଦୂରେଇଯିବ । ଭାଗୀଦାର ବ୍ୟବସାୟରେ ବାଦବିବାଦ ମୁଣ୍ଡ ଟେକିପାରେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

କୁମ୍ଭ: ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ପରିବାରରେ ଅଶାନ୍ତି ସୃଷ୍ଟି ହେବ। ବହୁଦିନରୁ ପଡିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଭୂମି, ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ମୀନ: ବହୁଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସମାଧାନ ହେବ ଓ ଘରକୁ ଅତିଥିଙ୍କର ଆଗମନ ହେବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ ।  

Related story