୨୨ ଅକ୍ଟୋବର, ଶନିବାର: ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି

ମେଷ : ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ଓ ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି ।  ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ବୃଷ : ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ଓ ଦୂରସ୍ଥାନକୁ ଭ୍ରମଣ କରିବେ ।  ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିବ ନାହିଁ ,ଏବଂ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି  ହେବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ । ମିଥୁନ […]

RASI

RASI

Niharika Rout
  • Published: Saturday, 22 October 2022
  • Updated: 22 October 2022, 07:47 AM IST

Sports

Latest News

ମେଷ : ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ଓ ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି ।  ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି ।

ବୃଷ : ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ଓ ଦୂରସ୍ଥାନକୁ ଭ୍ରମଣ କରିବେ ।  ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିବ ନାହିଁ ,ଏବଂ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି  ହେବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

ମିଥୁନ  : ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବାରୁ ହସଖୁସିରେ ସମୟ ଅତିବାହିତ କରିବେ। ମହିଳାମାନେ ଧର୍ମକାର୍ଯ୍ୟରେ ଲିପ୍ତ ରହିବେ ଓ ଅର୍ଥନୈତିକ ସଫଳତା ପାଇପାରିବେ । ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ ।

କର୍କଟ  : କର୍ମକ୍ଷେତ୍ରରେ ଜଗିରଖି ଚଳିବାକୁ ପଡିବ ନଚେତ କଳହ ଯୋଗ ରହିଛି।  ନିର୍ମାଣାଧୀନ କାର୍ଯ୍ୟ ଅଧାରେ  ରହିଥିବାରୁ ମନ ଭଲ ରହିବ ନାହିଁ ଏବଂ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ବ୍ୟବସାୟରେ ବାକିପଡ଼ିଥିବା ଅର୍ଥ ଆଦାୟ ହେବ ।

ସିଂହ:ଶିକ୍ଷାର୍ଥୀମାନେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ପରୀକ୍ଷାରେ ବିଜୟୀ ହେବେ। ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ସହ ନୂଆ କାମ ନୂଆ ପ୍ରେରଣା ଦେବ ।

କନ୍ୟା: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ମାନସିକ, ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ।

ତୁଳା:ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବିଛା:କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। ରାସ୍ତାଘାଟରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ:ସମ୍ପର୍କୀୟଙ୍କ ସହଯୋଗ ପାଇ ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ବଢ଼ିବ। ମାନସମ୍ମାନ ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମକର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

କୁମ୍ଭ:ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳ ହେବେ।

ମୀନ:ସାହିତ୍ୟ ଓ କଳାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ମାନସମ୍ମାନ ପାଇବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ରାସ୍ତାରେ ଯିବାଆସିବା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos