ମେଷ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ।
ବୃଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆୟ ଅପେକ୍ଷା ବ୍ୟୟ ହେବ।
ମିଥୁନ: ବ୍ୟବସାୟରେ ଅଧିକ ଲାଭ ହେବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି। କଥା ଉପରେ ନିୟନ୍ତ୍ରଣ କରନ୍ତୁ।
କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କଠିନ ପରିଶ୍ରମ କରିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ସିଂହ: ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ।
କନ୍ୟା: କୌଣସି କଥାକୁ ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।
ତୁଳା: ଦିନଟି ଭଲରେ କଟିବ। ବନ୍ଧୁ ମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟ ବୃଦ୍ଧି ଘଟିବ।
ବିଚ୍ଛା: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଭଲ ରହିବ।
ଧନୁ: ଘରକୁ ଅତିଥି ଆସିପାରନ୍ତି। ଘର ପାଇଁ ଜିନିଷ କିଣିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଦିନଟି ଆପଣଙ୍କପାଇଁ କଷ୍ଟଦାୟକ ହୋଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। କାର୍ଯ୍ୟକ୍ଷେତ୍ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମନମାଳିନ୍ୟ ହୋଇପାରେ।
କୁମ୍ଭ: ଶତ୍ରୁମାନେ ପରାଜିତ ହେବେ। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। ପଦୋନ୍ନତିର ଯୋଗ ଅଛି। ବ୍ୟବସାୟରେ ଅଧିକ ଲାଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।