ଜୁନ୍‌ ୨୩, ମଙ୍ଗଳବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ସମସ୍ତ ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ପାଇବେ। ମିତ୍ରଙ୍କଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ।

ବୃଷ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଅଧିକ ପରିଶ୍ରମ କରିପାରନ୍ତି। ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ: ମାନସିକ ଶାନ୍ତି ମିଳିବ। ବହୁତ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ସିଂହ: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ମନ ଖୁସି ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମାନ-ସମ୍ମାନ ମିଳିବ।

ବିଛା: ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ବନ୍ଧୁଙ୍କ ସାହାଯ୍ୟ ମିଳିବ। ପରିବାରରେ ଖସ ଓ ଖୁସିର ପରିବେଶ ରହିବ। ଋଣ ଦିଅନ୍ତୁ ନାହିଁ।

କୁମ୍ଭ: ଶରୀର ସୁସ୍ଥ ରହିବ। ଅପରାହ୍ଣ ପରେ ମନ ବିଚଳିତ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ଶରୀରରେ ଆଘାତ ଲାଗିପାରେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅଳସୁଆ  ଅନୁଭବ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।