ମେଷ: ବ୍ୟବସାୟରେ କ୍ଷତି ସହିବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଦୂର ଯାତ୍ରାରୁ ନିବୃତ ରୁହନ୍ତୁ।
ବୃଷ: ବନ୍ଧୁବାନ୍ଧବଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ। ସନ୍ତାନସନ୍ତତିଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଆଜି ଧଳା ରଙ୍ଗର ବ୍ୟବହାର କରନ୍ତୁ।
ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବିଚଳିତ ନହୋଇ କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।
କର୍କଟ: ଭୂମି, ଭବନ ଓ ବାହାନ ଆଦି କ୍ରୟ କରିବାକୁ ମନ କରିବେ। ଦୂରଯାତ୍ରା କରିବାକୁ ପଡ଼ିପାରେ, ଯାହା ଶୁଭଫଳ ପ୍ରଦାନ କରିବ।
ସିଂହ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ଗହଣରେ ରହି ଶାନ୍ତି ଅନୁଭବ କରିବେ।
କନ୍ୟା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି।
ତୁଳା: ବ୍ୟବସାୟରେ ଭଲ ଲାଭ ହେବ। କ୍ରୋଧ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି, ଏଣୁ କ୍ରୋଧ କରନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିପାରନ୍ତି।
ବିଛା: ସହଯୋଗୀ ମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ। ହନୁମାନ ଚାଳିଶା ପାଠ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।
ଧନୁ: ଆଶା ଠାରୁ ଅଧିକ ଆୟ ହେବ। ସମସ୍ୟାର ସମାଧାନ ହୋଇଯିବ। ଦୂରଯାତ୍ରାରେ ଯାଇପାରନ୍ତି।
ମକର: କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ସହଯୋଗୀମାନଙ୍କ ସାଙ୍ଗରେ ମତଭେଦ ହୋଇପାରେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ।
କୁମ୍ଭ: କର୍ମକ୍ଷେତ୍ରକୁ ନେଇ ଚିନ୍ତିତ ରହିବେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ।
ମୀନ: ନୂତନ ବ୍ୟବସାୟ କରିବାକୁ ଯୋଜନା କରିବେ। ବନ୍ଧୁବାନ୍ଧବ ମାନେ ସହଯୋଗର ହାତ ବଢ଼େଇବେ। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।