୨୩ ଏପ୍ରିଲ, ଶନିବାର; ଗୃହସ୍ଥ ଜୀବନ ସୁଖମୟ ହେବ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ପାରିବାରିକ ଜୀବନରେ ଆନନ୍ଦିତ ହେବେ । ଶତ୍ରୁମାନେ ତଳମୁହାଁ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଆର୍ଥୀକ କ୍ଷେତ୍ରରେ ଉନ୍ନତି ଦେଖାଦେବା ସହ ପ୍ରେମ କ୍ଷେତ୍ରରେ ସଫଳ ହେବେ। ବୃଷ: ସାହିତ୍ୟ, କଳା, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।  ରାଜନୀତି କ୍ଷେତ୍ରରେ ସମ୍ମାନ ଲାଭ ଓ ବୃଦ୍ଧି ପାଇବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ମିଥୁନ: ଆନୁଷ୍ଠାନିକ କ୍ଷେତ୍ରରେ […]

RASI

Niharika Rout
  • Published: Saturday, 23 April 2022
  • , Updated: 23 April 2022, 08:15 AM IST

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ପାରିବାରିକ ଜୀବନରେ ଆନନ୍ଦିତ ହେବେ । ଶତ୍ରୁମାନେ ତଳମୁହାଁ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଆର୍ଥୀକ କ୍ଷେତ୍ରରେ ଉନ୍ନତି ଦେଖାଦେବା ସହ ପ୍ରେମ କ୍ଷେତ୍ରରେ ସଫଳ ହେବେ।

ବୃଷ: ସାହିତ୍ୟ, କଳା, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।  ରାଜନୀତି କ୍ଷେତ୍ରରେ ସମ୍ମାନ ଲାଭ ଓ ବୃଦ୍ଧି ପାଇବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ମିଥୁନ: ଆନୁଷ୍ଠାନିକ କ୍ଷେତ୍ରରେ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଗୃହସ୍ଥ ଜୀବନ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇ ସୁଖମୟ ହେବ ।

କର୍କଟ: ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବା ସହ ନୂତନ ଆୟ ପନ୍ଥା ପ୍ରାପ୍ତି ହେବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ନୂତନ ଗୃହ ସୁଖ ଓ ଯାନବାହନ ସୁଖ ମିଳିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: କର୍ମକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ଯୋଜନା ମୁତାବକ କାମ କରନ୍ତୁ, କୌଣସି ପ୍ରକାର ଅସୁବିଧା ହେବ ନାହିଁ  । ଗୃହସ୍ଥ ଜୀବନ ସୁଖମୟ ହେବ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

କନ୍ୟା: ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହାକୁ କୌଶଳକ୍ରମେ ସମାଧାନ କରିବେ ।  କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦୌଡ କରିବାକୁ ପଡିପାରେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ତୁଳା: ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୁକ୍ତିପତ୍ର ହୋଇପାରେ ଓ ନୂତନ ଆୟର ପନ୍ଥା ଖୋଲିଯିବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ଆକସ୍ମିକ ଧନ ଲାଭ ହେବ । ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ  ସୁନାମ ଅର୍ଜନ କରିବେ। ଧନଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମ ବୃଦ୍ଧି ପାଛଇବ ।

ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ  । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

ମକର: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।

କୁମ୍ଭ: ବକେୟା ଅର୍ଥ ପ୍ରାପ୍ତି ହେବ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମୀନ: କର୍ମକ୍ଷେତ୍ରରେ ଶତ୍ରୁମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବଢିଯିବ।

Related story