୨୩ ଜାନୁଆରୀ,ସୋମବାର: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ

ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। ନଚେତ ଅସୁବିଧାରେ ପଡିବେ। ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତି ରହିବ।

ରାଶିଫଳ

  • Published: Monday, 23 January 2023
  • , Updated: 23 January 2023, 07:46 AM IST

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟସାଥ ଦେଲେ ମଧ୍ୟ ଅର୍ଥ ପାଇଁ ଚିନ୍ତାପ୍ରକାଶ କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାରୁ ମନ ଖୁସି ରହିବ। ବ୍ୟବସାୟୀ ମାନେ ଲାଭ ପାଇବାରୁ ମନ ଖୁସି ରହିବ।

ବୃଷ: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ। ପାରିବାରିକ ସମସ୍ୟା ଯାହାଥିଲା ତାହା ସମାଧାନ ହେଇଯିବ। ବୃତ୍ତିଗତ କାମରେ ମନ ବଳାଇବେ।

ମିଥୁନ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। ନଚେତ ଅସୁବିଧାରେ ପଡିବେ। ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତି ରହିବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ।

କର୍କଟ: ବ୍ୟବସାୟରେ ବାକିପଡ଼ିଥିବା ଅର୍ଥ ଆଦାୟ ହେବାରୁ ନୂତନ ଦ୍ରବ୍ୟ କ୍ରୟ କରିବେ। ସ୍ୱାମୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ।

ସିଂହ: ବ୍ୟବସାୟରେ ଶୁଭଫଳ ମିଳିବ ନାହିଁ। କାହା ସହିତ କଳହ ହେଇପାରେ। ସନ୍ତାନ ମାନଙ୍କ ପାଇଁ ଖୁସି ଖବର ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ।

କନ୍ୟା: ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ଛୋଟ କଥାକୁ ନେଇ ପଡୋଶୀଙ୍କ ସହିତ କଳହ ସୃଷ୍ଟି ହେବ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: ସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।

ବିଛା: ଅଧିକାଂଶ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।ଆର୍ଥିକ ଦିଗରେ ସଫଳତା ହାସଲ କରିବେ, ବକେୟା ଦରମା ହସ୍ତଗତ ହେବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

ଧନୁ: ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ପୂର୍ବ ସମସ୍ୟାର ସରଳ ସମାଧାନ ହୋଇଯିବ। ବୁଝି ବିଚାରି କାର୍ଯ୍ୟ ନ କଲେ କ୍ଷତିରେ ପଡିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ, ସତର୍କ ରୁହନ୍ତୁ।

ମକର: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ।

କୁମ୍ଭ: ଶତୃ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ । ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ ।

ମୀନ: ରାଜନୀତି କ୍ଷେତ୍ରରେ ସ୍ଥିତି ସୁଧୁରିଯିବା ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଇନ୍ଦ୍ରିୟପରାୟଣତା ଉପରେ ଅଧିକ ଗୁରୁତ୍ୱ ଦେବେ । ଶତ୍ରୁମାନଙ୍କ ଉପରେ ନଜର ନ ରଖିଲେ କ୍ଷତିରେ ପଡିବେ।

Related story