୨୩ ଜୁଲାଇ, ଶନିବାର: କର୍ମକ୍ଷେତ୍ରରେ ପ୍ରଶଂସାବାଣୀ ଶୁଣିବେ

ମେଷ: ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ ଓ ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ପୁରାତନ ରୋଗରୁ ଉପଶମ ପାଇ ଶରୀର ସୁସ୍ଥ ରହିବ । ବୃଷ: ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାବାଣୀ ଶୁଣିବେ। ବ୍ୟବସାୟୀମାନଙ୍କର ଲୋକ ସମ୍ପର୍କ ବୃଦ୍ଧି ହୋଇ କାରବାର ବଢିବ। ମିଥୁନ: ସାହିତ୍ୟ ପ୍ରତି ମନ ବଳାଇବେ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେବ। ହେଲେ […]

RASI

RASI

Niharika Rout
  • Published: Saturday, 23 July 2022
  • Updated: 23 July 2022, 11:13 AM IST

Sports

Latest News

ମେଷ: ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ ଓ ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ପୁରାତନ ରୋଗରୁ ଉପଶମ ପାଇ ଶରୀର ସୁସ୍ଥ ରହିବ ।

ବୃଷ: ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାବାଣୀ ଶୁଣିବେ। ବ୍ୟବସାୟୀମାନଙ୍କର ଲୋକ ସମ୍ପର୍କ ବୃଦ୍ଧି ହୋଇ କାରବାର ବଢିବ।

ମିଥୁନ: ସାହିତ୍ୟ ପ୍ରତି ମନ ବଳାଇବେ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେବ। ହେଲେ ନିଜ ପ୍ରତିପତ୍ତି ବିସ୍ତାର କରି ପାରିବେ। ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ।

କର୍କଟ: ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ଅର୍ଥ ସଙ୍କଟରୁ ମୁକ୍ତି ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ସିଂହ: ଶତ୍ରୁ ଓ ବିରୋଧୀମାନେ ଦୂରେଇ ଯିବା ଫଳରେ ଅନେକ ଶୁଭ କର୍ମର ସୁଯୋଗ ପାଇବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସହକର୍ମୀଙ୍କ ସହ ବାଦବିବାଦର ସମାଧାନ ହୋଇ ଶାନ୍ତି ଉପୁଜିବ ।

କନ୍ୟା: ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ବ୍ୟାପାର ଓ କାରବାରରେ ସୁଧାର ଆସିବା ଫଳରେ ମନ ଖୁସିହେବ । ମାନସିକ ଶାନ୍ତି ଅନୁଭବ କରିବେ।

ତୁଳା: ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ।  ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।

ବିଚ୍ଛା: ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।

ଧନୁ: ଶତ୍ରୁମାନେ ପରାଜିତ ହେବେ ଓ ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ । ଅଧସ୍ତନଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପିଲାମାନଙ୍କ ପାଠପଢା ନେଇ ବହୁ ଦିଗରୁ ମନୋବଳ ଓ ସାମର୍ଥ୍ୟ ବୃଦ୍ଧି ପାଇବ ।

ମକର: ନୂଆ ଜ୍ଞାନର ବୃଦ୍ଧି ହେବ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ପିଲାମାନଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ। ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିପାରେ।

କୁମ୍ଭ: ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। କଥାବାର୍ତ୍ତାରେ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ।

ମୀନ:ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ । ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos