୨୩ ଜୁନ୍‌, ବୁଧବାର: ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ

ମେଷ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ। ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ। ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ: ବନ୍ଧୁଙ୍କ ଠାରୁ […]

RASI

RASI

Niharika Rout
  • Published: Wednesday, 23 June 2021
  • Updated: 23 June 2021, 07:50 AM IST

Sports

Latest News

ମେଷ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ।

ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ।

ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ବନ୍ଧୁଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ। କିଛି ଶୁଭ ଖବର ମିଳିପାରେ।

ସିଂହ:  ସୁସମ୍ବାଦ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

କନ୍ୟା: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ତୁଳା: ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କର କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ବିଛା: ସନ୍ତାନସନ୍ତତିଙ୍କ ପାଇଁ ବାପାମା’ ଚିନ୍ତିତ ରହିବେ। ବହୁ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ଧନୁ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜି ପାରେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସହିତ ପରାମର୍ଶ କରିବେ।

କୁମ୍ଭ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ।

ମୀନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ବନ୍ଧୁମାନଙ୍କ ଠାରୁ ପ୍ରଶଂସା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos