୨୩ ନଭେମ୍ବର, ବୁଧବାର: ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅର୍ଥହାନୀ ହେବ

ମେଷ :  ପରିବାରରେ କଳହ ଯୋଗ ରହିଛି ।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାରୁ ମନ ଖୁସି ରହିବ। ବ୍ୟବସାୟୀମାନେ ଲାଭ ପାଇବାରୁ ମନ ଖୁସି ରହିବ। ବୃଷ  :  ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବାରୁ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିବେ। ବୃତ୍ତିଗତ କାଯର୍ୟରେ ଦୂରସ୍ଥାନକୁ ଯାତ୍ରା କରି ଲାଭ ପାଇବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅପ୍ରୀତିକର ସମସ୍ୟା ସୃଷ୍ଟି ହେବ । ମିଥୁନ : କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବା ସହିତ […]

RASI

  • Published: Wednesday, 23 November 2022
  • , Updated: 23 November 2022, 07:43 AM IST

ମେଷ :  ପରିବାରରେ କଳହ ଯୋଗ ରହିଛି ।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାରୁ ମନ ଖୁସି ରହିବ। ବ୍ୟବସାୟୀମାନେ ଲାଭ ପାଇବାରୁ ମନ ଖୁସି ରହିବ।

ବୃଷ  :  ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବାରୁ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିବେ। ବୃତ୍ତିଗତ କାଯର୍ୟରେ ଦୂରସ୍ଥାନକୁ ଯାତ୍ରା କରି ଲାଭ ପାଇବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅପ୍ରୀତିକର ସମସ୍ୟା ସୃଷ୍ଟି ହେବ ।

ମିଥୁନ : କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢ଼ାଇବେ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ଓ ନୂଆ ଚାକିରିର ସୁଯୋଗ ମିଳିବ ।

କର୍କଟ : ପରିବାରରେ ଅଯଥା କଥାକୁ ନେଇ କଳହ ଦେଖାଯିବ। ଅଯଥା ଭ୍ରମଣ କରିବାରୁ ଅର୍ଥ ବ୍ୟୟ ହେବାରୁ ଲାଭ ମିଳିବ ନାହିଁ  । ସନ୍ତାନମାନଙ୍କ କାର୍ଯ୍ୟକଳାପ ବାପାମା’ଙ୍କ ମନରେ କଷ୍ଟ ଦେବ ।

ସିଂହ  :  ବ୍ୟବସାୟରେ ଶୁଭଫଳ ମିଳିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ସନ୍ତାନମାନଙ୍କ ପାଇଁ ଖୁସି ଖବର ପ୍ରାପ୍ତି ହେବ । ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

କନ୍ୟା  :  ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ଛୋଟ କଥାକୁ ନେଇ ପଡୋଶୀଙ୍କ ସହିତ କଳହ ସୃଷ୍ଟି ହେବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ସୃଷ୍ଟି ହେବ ଏବଂ ସୁସ୍ୱାଦୁ ଭୋଜନ କରିବେ।

ତୁଳା:  ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ ଓ କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବହୁଦିନରୁ ଲାଗି ରହିଥିବା ବାଦବିବାଦର ସମାଧାନ ହେବ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ ।  ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ, ବାପା ମା’ଙ୍କ ପ୍ରତି ଭଲପାଇବା ବଢ଼ିବ ।

ବିଛା: ବ୍ୟବସାୟରେ ଅର୍ଥ ସମ୍ପର୍କିତ କାରବାର କରନ୍ତୁ ନାହିଁ, ଅସୁବିଧାର ସମ୍ମୁଖୀନ ହେବେ । ସନ୍ତାନମାନଙ୍କ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ହେବେ          । ମାଙ୍ଗଳିକ କାର୍ଯ୍ୟ ହେଉ ନ ଥିବାରୁ ମନସ୍ତାପ କରିବେ

ଧନୁ : କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ମାନ ସମ୍ମାନ ମିଳିବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ ଓ ସନ୍ତାନମାନଙ୍କର ଉନ୍ନତି ହେବ।

ମକର : ବହୁଦିନର ଆଶା ଅଭିଳାଷ ପୂର୍ଣ୍ଣ ହେବାରୁ ମନ ଖୁସି ରହିବ । ରାଜନୀତି କରୁଥିବା ବ୍ୟକ୍ତି ଶୁଭଫଳ ପାଇବା ସହିତ ଲାଭ ପାଇପାରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ : ପରିବାରରେ ହସଖୁସିରେ ସମସ୍ତେ ସମୟ ଅତିବାହିତ କରିବେ, ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ।  ପ୍ରେମ ପାଇଁ ଦିନଟି ବହୁତ ଭଲ ରହିବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।  ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ  ଅର୍ଥହାନୀ ହେବ ।

ମୀନ : ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଉନଥିବାରୁ ଅଧିକ ଚିନ୍ତାବୃଦ୍ଧି ହେବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ମାଗିପାରନ୍ତି।

Related story