୨୩ ସେପ୍ଟେମ୍ବର, ଗୁରୁବାର: ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ

ମେଷ: ବ୍ୟବସାୟରେ ଅଧିକ ଲାଭ ହେବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ବୃଷ: ସରକାରୀ କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ହେବ। ଦୂରଯାତ୍ରା କରି ସଫଳତା ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପରିଶ୍ରମ କରି ପ୍ରଶଂସିତ ହେବେ। କର୍କଟ: କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ। ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା […]

RASI

Tapaswini Nayak
  • Published: Thursday, 23 September 2021
  • , Updated: 23 September 2021, 08:02 AM IST

ମେଷ: ବ୍ୟବସାୟରେ ଅଧିକ ଲାଭ ହେବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ବୃଷ: ସରକାରୀ କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ହେବ। ଦୂରଯାତ୍ରା କରି ସଫଳତା ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପରିଶ୍ରମ କରି ପ୍ରଶଂସିତ ହେବେ।

କର୍କଟ: କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ। ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ସିଂହ: ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟୀମାନେ ନୂତନପନ୍ଥା ଅନୁସରଣ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

କନ୍ୟା: ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ ସହଯୋଗର ହାତ ବଢ଼ାଇବେ।  କ୍ରୀଡ଼ାବିତ୍‌ମାନେ ଶୁଭ ଖବର ଶୁଣିପାରନ୍ତି।

ତୁଳା: ଘରକୁ ଅତିଥି ଆସିପାରନ୍ତି। ମହିଳାମାନେ ଗୃହ ସାଜସଜ୍ଜାରେ ମନ ଦେବେ। ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।

ବିଚ୍ଛା: ଦୂରଯାତ୍ରାର ସୁଯୋଗ ପାଇ ଉତ୍ସାହିତ ହେବେ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖିବେ।

ଧନୁ: ଦେହ ଓ ମନ ସୁସ୍ଥ ରହିବ। ଆୟ ଅପେକ୍ଷା ବ୍ୟୟ  ଅଧିକ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପାରେ। ବ୍ୟବସାୟରେ କମ୍‌ ଲାଭ ମିଳିବ।

କୁମ୍ଭ: ପାରିବାରିକ ସମସ୍ୟାର ସମାଧାନ ହେବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ: ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ।

 

Related story