ମେଷ: ଦିନଟି ମିଶ୍ରଫଳ ଦେବ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପାରିବାରିକ ବାଦ-ବିବାଦର ଅବସାନ ଘଟିବ। ଧାଁଦୌଡ଼ରେ ଦିନଟି କଟିବ। ଦୁର୍ଘଟଣାର ଯୋଗ ରହିଛି, ଗାଡି ଚଲାଇବା ବେଳେ ସତର୍କ ରୁହନ୍ତୁ।
ବୃଷ: ଜମି କିଣିବାର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ମିଥୁନ: କାମର ବୋଝ କମିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନ ପ୍ରାପ୍ତି ଯୋଗ ରହିଛି।
କର୍କଟ: ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବାର ଆଶା ରହିଛି। ଜୀବନସାଥୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। ଯାହା ବି ନିଷ୍ପତ୍ତି ନେବେ ବୁଝି ବିଚାରି ନିଅନ୍ତୁ।
ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାଁଦୌଡ଼ରେ ଦିନଟି କଟିବ। ବିବାହକୁ ନେଇ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବାର ଯୋଗ ରହିଛି।
ତୁଳା: ଚାକିରିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଗାଡ଼ି କିଣିପାରନ୍ତି। ସାଙ୍ଗସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ବିଚ୍ଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇ ଲାଭବାନ ହେବେ। ଉଧାର ଦେଇଥିବା ଟଙ୍କା ବୁଡ଼ି ଯିବାର ଆଶଙ୍କା ରହିଛି।
ଧନୁ: ପିଲାମାନଙ୍କୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ି ପାରନ୍ତି। ଆଜିଦିନ ଦିନରେ ଅଳସୁଆ ଅନୁଭବ କରିବେ। ଗାଡି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ମକର: ଆଜିଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରି ମିଳିବାରେ ସମସ୍ୟା ଦେଖାଦେଇପାରେ। ଜୀବନସାଥୀଙ୍କ ସହ ମତଭେଦ ଦୂର ହେବ।
କୁମ୍ଭ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ମୀନ: ଚାକିରିରେ ନୂଆ ସୁଯୋଗ ପାଇବେ। ଶେୟାର ମାର୍କେଟ୍ରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।