୨୪ ଅକ୍ଟୋବର, ସୋମବାର: ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ ।  ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ପୂଜାର୍ଚ୍ଚନାରେ  ଅଧିକ ସମୟ ଅତିବାହିତ କରିବେ ଓ ଦୂରସ୍ଥାନକୁ ଯାତ୍ରା କରିବେ। ବୃଷ: ବ୍ୟବସାୟରେ ଲାଭ ପାଇବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ ଏବଂ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହେବେ। କୌଣସି କାର୍ଯ୍ୟ ପାଇଁ ବଡ […]

RASI

  • Published: Monday, 24 October 2022
  • , Updated: 24 October 2022, 01:35 PM IST

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ ।  ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ପୂଜାର୍ଚ୍ଚନାରେ  ଅଧିକ ସମୟ ଅତିବାହିତ କରିବେ ଓ ଦୂରସ୍ଥାନକୁ ଯାତ୍ରା କରିବେ।

ବୃଷ: ବ୍ୟବସାୟରେ ଲାଭ ପାଇବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ ଏବଂ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହେବେ। କୌଣସି କାର୍ଯ୍ୟ ପାଇଁ ବଡ ଚୁକ୍ତି କରିବା ପାଇଁ ସୁଯୋଗ ମିଳିବ।

ମିଥୁନ: କଳାସଂସ୍କୃତିରେ ଯୋଗ ଦେବାରୁ ମାନସମ୍ମାନ ମିଳିବ ଏବଂ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନରୁ ଖୁସି ଖବର ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ।

କର୍କଟ : କୌଣସି ମନ୍ଦିର ବୁଲିବାକୁ ଯିବା ପାଇଁ ସୁଯୋଗ ମିଳିବାରୁ ମନ ଖୁସି ରହିବ । ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରିର ଲାଭ ଉଠାଇବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ : କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ବନ୍ଧୁ ସହଯୋଗ କରିବେ। ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ ଓ ଆକସ୍ମିକ ଧନଲାଭର ସୂଚନା ମିଳିବ । କାହା ସହିତ ଆଜି କଳହ କରନ୍ତୁ ନାହିଁ ,ଅସୁବିଧାରେ ପଡିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ସହିତ ଖୁସି ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରକୁ ଅତିଥି ଆସିବାରୁ ସୁସ୍ୱାଦୁ ଭୋଜନ କରିବେ ଓ ଖୁସି ରହିବେ।

ତୁଳା : ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ ଓ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଆଗରୁ ଭାବିଥିବା କାମ ଅଚାନକ ପୂରଣ ହେବ, ସମସ୍ତେ ପ୍ରଶଂସା କରିବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇଁ କଳହ ଦେଖାଯିବ।

ବିଛା: ସାମାଜିକ କାର୍ଯ୍ୟରେ ମାନସମ୍ମାନ ମିଳିବା ସହିତ ପାରିବାରିକ ଶାନ୍ତି ମିଳିବ। ନୂତନ ବ୍ୟବସାୟ ପାଇଁ ବନ୍ଧୁ ସାହାଯ୍ୟ କରିବାରୁ ମନ ଖୁସି ରହିବ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ମହିଳାମାନଙ୍କୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ କିଛି ଛୋଟ ଘଟଣାକୁ ନେଇ ଅପଦସ୍ତ ହେଇପାରନ୍ତି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହିତ ଦୂରସ୍ଥାନକୁ  ଭ୍ରମଣ ଯୋଗ ରହିଛି  । ଅଚାନକ ମାନସମ୍ମାନ ପ୍ରାପ୍ତି ହେବ।

ମକର: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ କିନ୍ତୁ ଦୂରସ୍ଥାନକୁ ସତର୍କତାର ସହିତ ଯାଆନ୍ତୁ।  ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ।

କୁମ୍ଭ :  କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ ଓ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଘରେ ପାରିବାରିକ ସମସ୍ୟା ବୃଦ୍ଧି ହେବ । ପୁରୁଣା କଥାକୁ ମନେ ପକାଇ ମନ ଦୁଃଖ କରିବେ।

ମୀନ: ବ୍ୟବସାୟୀମାନଙ୍କର ବ୍ୟୟ ଭାର ବଢ଼ିବାରୁ ମନ ଅଶାନ୍ତ ରହିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

Related story