୨୪ ଡିସେମ୍ବର, ଶୁକ୍ରବାର: ଶୁଭ ଖବର ପାଇ ଖୁସିହେବେ

ମେଷ: କଠିନ ପରିଶ୍ରମ କରିବେ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ। ବୃଷ: ଶୁଭ ଖବର ପାଇ ଖୁସିହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ମଧ୍ୟ ଉତ୍ତମ ହେବ। ଛାତ୍ରଛାତ୍ରୀ ମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। […]

RASI

RASI

Tapaswini Nayak
  • Published: Friday, 24 December 2021
  • Updated: 24 December 2021, 07:51 AM IST

Sports

Latest News

ମେଷ: କଠିନ ପରିଶ୍ରମ କରିବେ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ବୃଷ: ଶୁଭ ଖବର ପାଇ ଖୁସିହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ମଧ୍ୟ ଉତ୍ତମ ହେବ। ଛାତ୍ରଛାତ୍ରୀ ମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ।

ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ।ସମାନ ବିଚାରଧାରାର ବ୍ୟକ୍ତିଙ୍କ ସହିତ ଭେଟ ହେବା ମନ ପ୍ରଫୁଲ୍ଲ ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ସିଂହ: ମାନ-ସମ୍ମାନରେ ବଢ଼ିବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଦିନଟି ଖୁସିରେ ବିତିବ।

କନ୍ୟା: ମାଲିମୋକଦ୍ଦମାରେ ସଫଳ ହେବେ।  କର୍ମକ୍ଷେତ୍ରରେ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ।ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ।

ତୁଳା: ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେବ। ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ।

ବିଛା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ଧନୁ: ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ଶୁଭ ସମାଚାର ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ନୂଆ କାମ ନୂଆ ପ୍ରେରଣା ଦେବ।

ମକର: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ। ପରିବାରରେ ସୁଖଶାନ୍ତି ଅତୁଟ ରହିବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଜାଗା, ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିପାରେ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଲାଭବାନ ହେବେ।

ମୀନ: ବ୍ୟବସାୟରେ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବେ। କୌଣସି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos