୨୪ ଜାନୁଆରୀ, ସୋମବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ସମସ୍ତ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ। ବୃଷ: ସହକର୍ମୀମାନଙ୍କର ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଘର ପାଇଁ କୌଣସି ଜିନିଷ କିଣିପାରନ୍ତି। ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ରାଜନୀତି କ୍ଷେତ୍ରରେ ଧର୍ଯ୍ୟ ଓ ସଂଯମତା ରଖି ପାରିଲେ, ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ। କର୍କଟ: ନୂଆ ନିଯୁକ୍ତିର ସୁଯୋଗ […]

RASI

Tapaswini Nayak
  • Published: Monday, 24 January 2022
  • , Updated: 24 January 2022, 07:41 AM IST

ମେଷ: ସମସ୍ତ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: ସହକର୍ମୀମାନଙ୍କର ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଘର ପାଇଁ କୌଣସି ଜିନିଷ କିଣିପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ରାଜନୀତି କ୍ଷେତ୍ରରେ ଧର୍ଯ୍ୟ ଓ ସଂଯମତା ରଖି ପାରିଲେ, ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ।

କର୍କଟ: ନୂଆ ନିଯୁକ୍ତିର ସୁଯୋଗ ପାଇ ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ବ୍ୟବସାୟୀକ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।

ସିଂହ: କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ।

କନ୍ୟା: ଅଟକିଥିବା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ କର୍ମ କ୍ଷେତ୍ରରେ ପ୍ରମୋଶନ ମିଳିବାର ସମ୍ଭାବନା ଅଛି।

ତୁଳା: ସନ୍ତାନଙ୍କ ସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣ ସମାଚାର ଶୁଣିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲି ଯିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ବିଚ୍ଛା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।

ଧନୁ: ପୂଜାପାଠରେ ସମୟ ବିତିବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ। ଭାତୃ ବିବାଦ ଦୂର ହୋଇଯିବ।

ମକର: ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ଅଫିସ୍ କାମରେ ସହକର୍ମୀଙ୍କ ସହଯୋଗ ମିଳିବ। ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ।

କୁମ୍ଭ: କର୍ମକ୍ଷେତ୍ର ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଯିବ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

ମୀନ: ଅଫିସ୍‌ରେ ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ

Related story