୨୪ ଜାନୁଆରୀ, ମଙ୍ଗଳବାର: ଭାତୃ ବିବାଦ ଦୂରେଇ ଯିବ

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଶତ୍ରୁମାନେ ନିଜର ଭୁଲ ବୁଝିପାରି ମିତ୍ରତାର ହାତ ବଢ଼ାଇବେ।

Representational Image

  • Published: Tuesday, 24 January 2023
  • , Updated: 24 January 2023, 07:40 AM IST

ମେଷ: ପିଲାମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଦୂରସ୍ଥାନକୁ ଯାତ୍ରା କଲେ ଶୁଭଫଳ ପାଇବେ। ଭାତୃ ବିବାଦ ଦୂରେଇ ଯିବା ସହିତ ଖୁସି ଖବର ପ୍ରାପ୍ତି ହେବ ।

ବୃଷ : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବା ସହ ଚାକିରି କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ।

ମିଥୁନ: ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ, ବନ୍ଧୁଙ୍କର ଆଗମନ ହେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ନାହିଁ ଓ କର୍ମ କ୍ଷେତ୍ରରେ ଗୁପ୍ତଶତୃ ବୃଦ୍ଧି ହେବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ।

କର୍କଟ: ବାକି ପଡ଼ିଥିବା ଅର୍ଥ ହାତକୁ ଆସିଲେ ମଧ୍ୟ ପାରିବାରିକ ଅଶାନ୍ତି ଲାଗି ରହିବ। ଦୂର ସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ଓ ବନ୍ଧୁଙ୍କ ସହିତ କଳହ ହେଇପାରେ। ଛୋଟ କଥାକୁ ନେଇ ମନ ଅଶାନ୍ତି ରହିବ।

ସିଂହ: ବ୍ୟବସାୟୀମାନେ ବେପାର ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଓ ଲାଭ ପାଇପାରିବେ। ସୁସ୍ୱାଦୁ ଭୋଜନ କରିବେ। ଶତ୍ରୁମାନେ ନିଜର ଭୁଲ ବୁଝିପାରି ମିତ୍ରତାର ହାତ ବଢ଼ାଇବେ।

କନ୍ୟା : କର୍ମକ୍ଷେତ୍ରରେ ଖୁସି ଖବର ପ୍ରାପ୍ତି ହେବାରୁ ମାନସିକ ଶାନ୍ତି ମିଳିବ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବା ସହ ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ । ପୂଜାପୁଜିରେ ଅଧିକ ସମୟ ଦେବେ ।

ତୁଳା : ଦୂର ବନ୍ଧୁଙ୍କ ସହ ମିଳନ ହେବ। ବ୍ୟବସାୟ ପାଇଁ ସାହାଯ୍ୟ ମାଗି ନିରାଶ ହୋଇ ପାରନ୍ତି । ମାଙ୍ଗଳିକ କାର୍ଯ୍ୟ ହେଇପାରୁନଥିବାରୁ ବ୍ୟସ୍ତତା ବୃଦ୍ଧି ହେବ। ବ୍ୟବସାୟରେ ବାକି ପଡିଥିବା ପଇସା ପାଇଁ ଚିନ୍ତା ବୃଦ୍ଧି ହେବ ।

ବିଛା : ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ଯାହା ଫଳରେ ମନ ଖୁସି ରହିବ। ରାଜନୀତିରେ ଥିବା ବ୍ୟକ୍ତି ଅଧିକ ପରିଶ୍ରମ କରି ସଫଳତା ପାଇପାରିବେ। ଦୂରସ୍ଥାନକୁ ଗଲା ବେଳେ ସାବଧାନ ସହିତ ଯାଆନ୍ତୁ।

ଧନୁ: କର୍ମକ୍ଷେତ୍ରରେ ଖୁସି ଖବର ମିଳିଲେ ମଧ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ। କୌଣସି ସଂଗଠନର ଦାୟିତ୍ୱ ନିର୍ବାହ କରି ପ୍ରଶଂସା ପାଇବେ।ଜାଗା ଜମି, ଯାନ ବାହାନ, ଗୃହ ଉପକରଣ କ୍ରୟ କରିପାରିବେ ।

ମକର : ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଏବଂ କର୍ମକ୍ଷେତ୍ରରେ ଗୁପ୍ତ ଶତୃ ବୃଦ୍ଧି ହେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଭ୍ରମଣ କରିବେ ଓ ସୁସ୍ୱାଦୁ ଭୋଜନ କରିବେ ।

କୁମ୍ଭ: ବ୍ୟବସାୟରେ ଲାଭ ପାଇ ପାରିବେ ଓ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବହୁ ଦିନରୁ ପଡିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଭୂମି ଓ ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ମୀନ : ବ୍ୟବସାୟୀମାନଙ୍କର ବ୍ୟୟ ଭାର ବଢ଼ିବାରୁ ମନ ଅଶାନ୍ତ ରହିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

Related story