୨୪ ନଭେମ୍ବର, ଗୁରୁବାର: କର୍ମକ୍ଷେତ୍ରରେ କିଛି ଅଘଟଣ ଘଟିପାରେ

ମେଷ : ବ୍ୟବସାୟରେ ଲାଭ ପାଇବେ ଓ ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ । ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଛୋଟ ଛୋଟ କଥାକୁ ନେଇ ପାରିବାରିକ ସମସ୍ୟା ଦେଖାଯିବ। ବୃଷ : ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ ଓ ବନ୍ଧୁ ସାହାଯ୍ୟ କରିବେ । ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଭଲ ରହିବ । ଦାମ୍ପତ୍ୟ ଜୀବନ […]

RASI

  • Published: Thursday, 24 November 2022
  • , Updated: 24 November 2022, 07:38 AM IST

ମେଷ : ବ୍ୟବସାୟରେ ଲାଭ ପାଇବେ ଓ ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ । ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଛୋଟ ଛୋଟ କଥାକୁ ନେଇ ପାରିବାରିକ ସମସ୍ୟା ଦେଖାଯିବ।

ବୃଷ : ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ ଓ ବନ୍ଧୁ ସାହାଯ୍ୟ କରିବେ । ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ : ସନ୍ତାନମାନଙ୍କ ପାଠପଢା ଖର୍ଚ୍ଚକୁ ନେଇ ଆୟ ଅନୁସାରେ ବ୍ୟୟ ଅଧିକ ହେବ।  ବ୍ୟବସାୟରେ ଉନ୍ନତି କରିବା ସହିତ ଲାଭ ମଧ୍ୟ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ।

କର୍କଟ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଏବଂ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ସୁସ୍ୱାଦୁ ଭୋଜନ କରିବେ।  ଛାତ୍ରଛାତ୍ରୀ ଶୁଭଖବର ପାଇବେ ଓ ଚାକିରି ପାଇଁ ସୁଯୋଗ ମିଳିବ ।

ସିଂହ : ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ ଏବଂ କର୍ମକ୍ଷେତ୍ରରେ କିଛି ଅଘଟଣ ଦେଖାଯିବ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ, ଅଟକି ଥିବା କାର୍ଯ୍ୟ ପୂରା ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।

କନ୍ୟା : ବ୍ୟବସାୟୀମାନେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । କଳାସଂସ୍କୃତିରେ ମାନସମ୍ମାନ ବୃଦ୍ଧି ହେବ, ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଭ୍ରମଣ ଯୋଗ ସହିତ ସୁସ୍ୱାଦୁ ଭୋଜନ କରିବେ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଅପମାନ ମିଳିବ କିନ୍ତୁ ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ବନ୍ଧୁଙ୍କର ଘରକୁ  ଆଗମନ ହେବ, ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ ।

ବିଛା :  ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ସଫଳତା ପାଇପାରିବେ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବ ।

ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ ଓ ଦୂରସ୍ଥାନକୁ ଯାତ୍ରା କଲେ ଫଳପ୍ରଦ ହେବ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବେ । ଅଚାନକ ଧନ ପ୍ରାପ୍ତି ହେବ ଏବଂ ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ ।

ମକର: ବନ୍ଧୁଙ୍କ ସହିତ ମତଭେଦ ହେବ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ।ଛାତ୍ରଛା ତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ  । ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ ।

କୁମ୍ଭ : ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ ଓ ଦୂରସ୍ଥାନକୁ ଯାତ୍ରା କଲେ ଲାଭପ୍ରଦ ହେବ। ପରିବାରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଯିବ କିନ୍ତୁ ବନ୍ଧୁ ସମାଧାନ କରିବେ। ନୂଆ ବ୍ୟବସାୟ ପାଇଁ  ମନ ବଳାଇବେ ଏବଂ ଭାଗ୍ୟ ମଧ୍ୟ ସାଥ ଦେବ  ।

ମୀନ :  ପଡୋଶୀଙ୍କ ସହିତ ବାଦବିବାଦ ଯାହା ଥିଲା ଆଜି ସମାଧାନ ହେବ । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ କିନ୍ତୁ ବ୍ୟବସାୟରେ ଲାଭ ପାଇବେ। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପାମା’ ବ୍ୟସ୍ତବିବ୍ରତ ହେବେ।

Related story