୨୪ ସେପ୍ଟେମ୍ବର,ଶୁକ୍ରବାର: ସହକର୍ମୀଙ୍କ ସହଯୋଗ ମିଳିବ

ମେଷ: ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ।

ବୃଷ: ଆଥିକସ୍ଥିତି ସ୍ୱଚ୍ଛଳ ରହିବ। ମିତ୍ରମାନେ ଆପଣଙ୍କର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟ ବିସ୍ତାର ହେବା ପାଇଁ ନୂଆ ପଦ୍ଧତି ଅନୁସରଣ କରିଲେ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।

କର୍କଟ: ସନ୍ତାନମାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ। ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ।

ସିଂହ: ଘରକୁ ଅତିଥି ଆସିପାରନ୍ତି। କଥା ଉପରେ ନିୟନ୍ତ୍ରଣ କରନ୍ତୁ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: ସରକାରୀ କର୍ମଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ତୁଳା: ବ୍ୟବସାୟରେ ଆୟ ବୃଦ୍ଧି ହେବ। ଆଶା କରିଥିବା କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରିବେ। ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ରହିବା ଫଳରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ।

ବିଚ୍ଛା: ଅଧୁରା କାର୍ଯ୍ୟ ଆଜି ପୂରଣ ହେବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ଧନୁ: ସନ୍ତାନ ମାନଙ୍କ ଖୁସିରେ ଆନନ୍ଦିତ ହେବେ।  ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ।

ମକର: ଅନ୍ୟମାନଙ୍କୁ ସାହଯ୍ୟ କରିବା ଦ୍ୱାରା ଆତ୍ମସନ୍ତୋଷ ଲାଭ କରିବେ। ମହତ୍ୱପୂର୍ଣ୍ଣ ଲୋକମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍   ।

କୁମ୍ଭ: ଶୁଭ ଖବର ପାଇବେ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଅଭାବ ପୂରଣ ହୋଇପାରେ। ନିଜ ବ୍ୟବହାରକୁ ସଂଯମ ରଖିଲେ ସହକର୍ମୀମାନେ ପ୍ରଶଂସା କରିବେ।

ମୀନ: ସଭାସମିତିରେ ସଫଳତା ମିଳିବ।  ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

 

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।