୨୫ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ, ଆଜି ସୂର୍ଯ୍ୟପରାଗରେ କିପରି କଟିବ ଆପଣଙ୍କ ଦିନ

ମେଷ : ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ।  ନୂତନ ବ୍ୟବସାୟ ପାଇଁ ସୁଯୋଗ ମିଳିବାରୁ ମନ ଖୁସି  ରହିବ।  ହସଖୁସିରେ ସମୟ ଅତିବାହିତ କରିବେ ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ । ବୃଷ :  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖପ୍ରଦ ହେବ। ସାଂସ୍କୃତିକ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ  ଯାତ୍ରା କରିବେ ଓ ମାନସମ୍ମାନ ପ୍ରାପ୍ତି ହେବ । କାହା ସହିତ […]

RASI

RASI

Niharika Rout
  • Published: Tuesday, 25 October 2022
  • Updated: 25 October 2022, 08:05 AM IST

ମେଷ : ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ।  ନୂତନ ବ୍ୟବସାୟ ପାଇଁ ସୁଯୋଗ ମିଳିବାରୁ ମନ ଖୁସି  ରହିବ।  ହସଖୁସିରେ ସମୟ ଅତିବାହିତ କରିବେ ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ ।

ବୃଷ :  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖପ୍ରଦ ହେବ। ସାଂସ୍କୃତିକ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ  ଯାତ୍ରା କରିବେ ଓ ମାନସମ୍ମାନ ପ୍ରାପ୍ତି ହେବ । କାହା ସହିତ ଆଜି କଳହ କରନ୍ତୁ ନାହିଁ ,ଅସୁବିଧାରେ ପଡିପାରନ୍ତି।

ମିଥୁନ :  କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ବ୍ୟବସାୟରେ ଅର୍ଥଲାଭ ହେବ। ସ୍ୱାମୀ ସ୍ତ୍ରୀମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇଁ କଳହ ଦେଖାଯିବ।

କର୍କଟ:  କର୍ମକ୍ଷେତ୍ରରେ ଅପଦସ୍ତ ମିଳିବାରୁ ମନ ବିଚଳିତ ହେବ ଓ ଗୁପ୍ତ ଶତୃ ଅସୁବିଧାରେ ପକାଇ ପାରନ୍ତି ।  ବ୍ୟବସାୟରେ ପରିଶ୍ରମ ଅନୁସାରେ କମ ଲାଭ ପାଇବେ । ପିଲାମାନଙ୍କର ଆଚରଣ ଭଲ ରହିବ ନାହିଁ । ଫଳର ବାପାମା’ କଷ୍ଟ ଅନୁଭବ କରିବେ ।

ସିଂହ : ବହୁ ଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଶୁଭ ଖବର  ପ୍ରାପ୍ତ ହେବ  । ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ସଫଳତା ପାଇପାରିବେ। ପାରିବାରିକ ସମସ୍ୟା ଯାହା ଥିଲା ତାହା ସମାଧାନ ହେଇଯିବ।

କନ୍ୟା: କାର୍ଯ୍ୟ ଦକ୍ଷତାକୁ ଦେଖି ବନ୍ଧୁମାନେ ପ୍ରଶଂସା କରିବେ ଓ ସାହାଯ୍ୟ କରିବେ ବୋଲି କଥା ଦେବେ । ବହୁଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା:  ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଯେକୌଣସି ମତେ  ଅର୍ଥ ରୋଜଗାର ହେବ। କର୍ମକ୍ଷେତ୍ରରେ କିଛି ଛୋଟ ଘଟଣାକୁ ନେଇ ଅପଦସ୍ତ ହେଇପାରନ୍ତି।

ଧନୁ:  କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।

 ମକର:  ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

କୁମ୍ଭ : ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ  କରିବେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ ।  ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

ଜ୍ୟୋତିଷ ବାଣୀ: ଆଜି ସୂର୍ଯ୍ୟପରାଗ ହେଉଥିବାରୁ ଏହି ସମୟରେ ଗର୍ଭବତୀ ନାରୀମାନେ କୋଳରେ ଗୋଟା ନଡ଼ିଆକୁ ଧରି ଶ୍ରୀ ଜଗନ୍ନାଥଙ୍କ ନାମ ନିଅନ୍ତୁ ,ଶ୍ରୀ ରାମଙ୍କ ନାମ ଜପ କରନ୍ତୁ । ସେଇ ନଡ଼ିଆକୁ ପରଦିନ ପାଣିରେ ପକାଇ ଦିଅନ୍ତୁ । ସୂର୍ଯ୍ୟପରାଗ ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଦର୍ଶନ କରନ୍ତୁ ନାହିଁ।

ଯେତେବେଳେ ବି ସୂର୍ଯ୍ୟପରାଗ ଲାଗେ ସେହି ସମୟର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହୋଇଥାଏ  । ଚନ୍ଦ୍ରଗ୍ରହଣରେ ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହୋଇଥାଏ । ସୂର୍ଯ୍ୟୋପରାଗ  ସମୟରେ  ଗର୍ଭବତୀ  ଘରୁ ବାହାରିବା କଥା ନୁହେଁ । ସୂର୍ଯ୍ୟପରାଗ ବା ଗ୍ରହଣ ସମୟ  ଭକ୍ତ,ସାଧକ,ଯୋଗୀ , ସନ୍ୟାସୀ, ମହାତ୍ମା ମାନଙ୍କ ପାଇଁ  ମହାନ୍ ସୁଯୋଗ ସମୟ।

ଗ୍ରହଣ ସମୟରେ ସ୍ନାନ ଦାନ ଜପ ଧ୍ୟାନ ଇତ୍ୟାଦି ଶୁଭ କର୍ମ କଲେ ଅନନ୍ତ କୋଟି ଫଳ ପ୍ରଦାନ କରିଥାଏ।  ବିଶେଷ କରି ଗୁରୁ ମନ୍ତ୍ର ଓ ଇଷ୍ଟ ମନ୍ତ୍ର ପୁରଶ୍ଚରଣ କରିବା ଦ୍ୱାରା ମନ୍ତ୍ର ଜୀବନୀ ଶକ୍ତି ପ୍ରାପ୍ତି ହୋଇଥାଏ। ତତ୍ ସହିତ ଭାଗବତ ଓ ଗୀତା ବିଭିନ୍ନ ସ୍ତୋତ୍ର ପାଠ କରିବା ଉଚିତ। ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ହେଲା ପ୍ରକୃଷ୍ଠ ସମୟ।

ସୂର୍ଯ୍ୟପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି। ସୂର୍ଯ୍ୟୋପରାଗ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ପୁରୀକୁ ୧୬ ମିନିଟ ୨୬ ସେକେଣ୍ଡ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos