୨୫ ଅଗଷ୍ଟ, ବୁଧବାର: କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ

ମେଷ: ଶରୀର ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ। ବୃଷ: ସବୁ ନିଷ୍ପତ୍ତି ଠିକ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମିଥୁନ: ଗୁରୁଜନଙ୍କ ସହଯୋଗ ମିଳିବ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। କର୍କଟ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ସିଂହ: […]

RASI

Niharika Rout
  • Published: Wednesday, 25 August 2021
  • , Updated: 25 August 2021, 08:36 AM IST

ମେଷ: ଶରୀର ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ।

ବୃଷ: ସବୁ ନିଷ୍ପତ୍ତି ଠିକ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ।

ମିଥୁନ: ଗୁରୁଜନଙ୍କ ସହଯୋଗ ମିଳିବ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

କର୍କଟ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ।

ତୁଳା: ବହୁଦିନର ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଚିନ୍ତା କରୁଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଅସୁସ୍ଥ ଅନୁଭବ କରିବେ।

ବିଛା: କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କ କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ଧନୁ: ଧନ ଲାଭ ହେବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ସହଜରେ ସବୁ କାମ ହୋଇ ନପାରେ। ଗାଡ଼ିରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ସଫଳତା ମିଳିବ। ଆୟ ଭଲ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ହସଖୁସିର ପରିବେଶ ରହିବ।

ମୀନ: ଅର୍ଥଲାଭର ସୁଯୋଗ ଆସିବ। କିନ୍ତୁ ଅତ୍ୟଧିକ ବ୍ୟୟ ମଧ୍ୟ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

Related story