୨୫ ଜାନୁଆରୀ, ବୁଧବାର: କର୍ମକ୍ଷେତ୍ରରେ ଅପମାନିତ ହେବେ

ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ ଓ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟରେ ପରିଶ୍ରମ ଅନୁସାରେ ଲାଭ ପାଇବେ ।

Representational Image

  • Published: Wednesday, 25 January 2023
  • , Updated: 25 January 2023, 07:44 AM IST

ମେଷ : ବ୍ୟବସାୟରେ ପରିଶ୍ରମ ଅନୁସାରେ ଲାଭ ପାଇବେ । ଦୂରସ୍ଥାନକୁ ଯାତ୍ରା ମଧ୍ୟ ଫଳପ୍ରଦ ହେବ । ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ କଳାସଂସ୍କୃତିରେ ଯୋଗ ଦେବେ । ରାଜନୀତି କରୁଥିବା ବ୍ୟକ୍ତି ମାନସମ୍ମାନ ପାଇବେ।

ବୃଷ : ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ ଓ ବନ୍ଧୁ ସାହାଯ୍ୟ କରିବେ । ବାକି ପଡ଼ିଥିବା ଅର୍ଥ ଆଦାୟ ନ ହେବାରୁ ଚିନ୍ତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଅପମାନିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ : ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ। ବ୍ୟବସାୟରେ ବ୍ୟୟଭାର ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଅପମାନ ମିଳିବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ।

କର୍କଟ : ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ଦୂର ସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ ଅସୁବିଧାରେ ପଡିପାରନ୍ତି । ଛୋଟ କଥାକୁ ନେଇ କଳହ ଦେଖାଯିବ।

ସିଂହ : ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ କର୍ମକ୍ଷେତ୍ରରେ ସଫଳତା ପାଇପାରିବେ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ । ଅଟକି ଥିବା କାର୍ଯ୍ୟ ପୁରା ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।

କନ୍ୟା : ବ୍ୟବସାୟୀମାନେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । କଳାସଂସ୍କୃତିରେ ମାନସମ୍ମାନ ବୃଦ୍ଧି ହେବ। ନୂଆ ବନ୍ଧୁଙ୍କ ସହିତ ଭେଟ ହେବ । କୌଣସି କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ । ସେଥି ପାଇଁ ମନରେ ଅସ୍ଥିରତା ସୃଷ୍ଟି ହେବ ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଅପମାନ ମିଳିବ । କିନ୍ତୁ ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ବନ୍ଧୁଙ୍କର ଘରକୁ ଆଗମନ ହେବ ,ମାଙ୍ଗଳିକ କାଯର୍ୟପାଇଁ ଆଲୋଚନା କରିବେ ।

ବିଛା : ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ସଫଳତା ପାଇପାରିବେ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବ।

ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବେ । ଅଚାନକ ଧନ ପ୍ରାପ୍ତି ହେବ ଏବଂ ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ ।

ମକର:  ବନ୍ଧୁଙ୍କ ସହିତ ମତଭେଦ ହେବ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବନାହିଁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ : ବ୍ୟବସାୟରେ ଲାଭ ହେବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ବଡ ପଦପଦବୀର ଲାଭ ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ ।

ମୀନ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ । ପରିବାରର ସମସ୍ତ ଦାୟିତ୍ୱ ନିର୍ବାହ କରିବେ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ କିନ୍ତୁ ବ୍ୟବସାୟରେ ଲାଭ ପାଇବେ। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପାମା’ ବ୍ୟସ୍ତବିବ୍ରତ ହେବେ।

Related story