ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବା ସହ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ଅଧିକାରୀଙ୍କଠାରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି ସହ ନ୍ୟାୟ ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ସଫଳ ହେବେ।
ବୃଷ: ସନ୍ତାନର ସୁ-ଖବର ଶୁଣି ଖୁସି ହେବେ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ମାନସିକ, ବୌଦ୍ଧିକ, ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରନ୍ତୁ ନାହିଁ ।
ମିଥୁନ: ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ଓ ପ୍ରତିଯୋଗୀତାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ଫଳ ମିଳିବ । ଛାତ୍ରଛାତ୍ରୀ ସାହିତ୍ୟ ଚର୍ଚ୍ଚା ଓ ବିଦ୍ୟାରେ ସଫଳ ହେବା ସହ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇବେ ।
କର୍କଟ: ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହେବ । ନିଜର ଲୋକ କେହି ଜଣେ ଶତ୍ରୁତା କରିପାରେ । ଋତୁକାଳୀନ ଥଣ୍ଡା ସର୍ଦ୍ଦି ଜନିତ ଜ୍ୱର ପୀଡାର ଆଶଙ୍କା ଏଡାଇ ଦିଆଯାଇନପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅର୍ଥଲାଭ ହେବ ।
ସିଂହ:ପାରିବାରିକ ଜୀବନରେ ମତାନ୍ତର ହେତୁ ସାମାନ୍ୟ ଚିନ୍ତିତ ରହିବେ॥ ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ । ଛାତ୍ରଛାତ୍ରୀ ପାଠପଢାରେ ଆଶାନୁରୂପ ସଫଳତା ପାଇବେ ।
କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ।
ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର: ଭଲଭାବରେ ଚିନ୍ତାକରି କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଛାତ୍ରଛାତ୍ରୀଙ୍କୁ ସୁଖ୍ୟାତି ଲାଭ ହେବ, ମାତ୍ର ତତ୍ପର ହେବା ଆବଶ୍ୟକ । ପରିବାର ଭିତରେ ଜଗିରଖି ନ ଚଳିଲେ ପାଖ ପଡୋଶୀଙ୍କ ଦ୍ୱାରା କଳହ ସୃଷ୍ଟି ହୋଇପାରେ।
କୁମ୍ଭ : ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇ ପାରନ୍ତି ।
ମୀନ: ନୂଆ ବେପାରୀଙ୍କ ସହ ଯୋଗାଯୋଗ କରି ନୂତନ ବ୍ୟବସାୟର ଯୋଜନା କରିବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ ଓ ପାରିବାରିକ କ୍ଷେତ୍ରରେ ପ୍ରଶଂସିତ ହେବେ ।