ମେଷ: ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ନ ହେବାରୁ ମନ ଭଲ ରହିବ ନାହିଁ । ସନ୍ତାନମାନଙ୍କର କାର୍ଯ୍ୟକଳାପ ହେତୁ ବାପାମା’ ମନ ଦୁଃଖ କରିବେ। ସ୍ୱାସ୍ଥ୍ୟହାନୀ ଘଟିବ ଓ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ।
ବୃଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ଓ ଦୂର ସ୍ଥାନକୁ ଭ୍ରମଣ କରିବେ । ପାରିବାରିକ ଜୀବନ ସୁଖମୟ ହେବ ଏବଂ ଘରକୁ ଅତିଥିଙ୍କର ଆଗମନ ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।
ମିଥୁନ: ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବାରୁ ହସଖୁସିରେ ସମୟ ଅତିବାହିତ କରିବେ। ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ, କିନ୍ତୁ ଅର୍ଥନୈତିକ ସଫଳତା ପାଇବେ ନାହିଁ । ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ ।
କର୍କଟ : ଦୁରବନ୍ଧୁଙ୍କ ସହିତ ବହୁ ଦିନ ପରେ ମିଳନ ହେବ ଓ ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସୁସ୍ବାଦୁ ଭୋଜନ କରିବେ । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ।
ସିଂହ : କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବାରୁ ମନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମଭାବ ବୃଦ୍ଧି ହେବ । ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ୍ ସ୍ୱାସ୍ଥ୍ୟହାନୀ ଘଟିବ ।
କନ୍ୟା: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଅଧିକ ଦାୟିତ୍ୱ ନିର୍ବାହ କରିବେ। ବ୍ୟବସାୟରେ ଲାଭ ପାଇପାରିବେ ନାହିଁ ଓ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ତୁଳା : ହସଖୁସିରେ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି, ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ବ୍ୟବସାୟରେ ଲାଭ ପାଇପାରିବେ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।
ବିଛା : ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ । ଆଗରୁ ଯେଉଁ ସମସ୍ୟା ଥିଲା ତାହା ଦୂର ହେବା ସହିତ ନୂଆ ଖୁସି ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।
ଧନୁ : ପାରିବାରିକ ସମସ୍ୟା ସୃଷ୍ଟି ହେବାରୁ ମନରେ ଉତ୍ତେଜନା ବୃଦ୍ଧି ହେବ। ବହୁଦିନର କଥାକୁ ନେଇ ପଡୋଶୀଙ୍କ ସହିତ ବାଦବିବାଦ ଦେଖାଯିବ। ସନ୍ତାନମାନଙ୍କର ପାଠପଢାକୁ ନେଇ ବାପାମା’ ଖୁସି ହେବେ ।
ମକର : ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ସନ୍ତାନମାନଙ୍କର କାର୍ଯ୍ୟକଳାପ ବାପାମା’ଙ୍କ ମନରେ କଷ୍ଟ ଦେବ। ନିର୍ମାଣାଧୀନ କାର୍ଯ୍ୟ ଶେଷ କରିବା ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।
କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଏବଂ ରାଜନୀତିରେ ସଫଳତା ପାଇପାରିବେ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ । ଭାବୁଥିବା କାର୍ଯ୍ୟ ଅଚାନକ ପୂରଣ ହେବ ଓ ଭ୍ରମଣର ସୁଯୋଗ ମିଳିବ।
ମୀନ : ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ ଏବଂ ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଭୂମି ଯାନବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିବ। ବଡ ବ୍ୟବସାୟ ପାଇଁ ମନ ବଳାଇବେ ଓ ବନ୍ଧୁଙ୍କର ସହଯୋଗ ଲୋଡିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।