୨୬ ଅକ୍ଟୋବର, ବୁଧବାର, ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ

ମେଷ: ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ ,ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବା ସହିତ ମାନସମ୍ମାନ ମିଳିବ । ପିଲାମାନଙ୍କର ପାଠପଢାରେ ଉନ୍ନତି ହେବ। ବୃଷ : ନୂତନ ଅନୁଷ୍ଠାନ ପାଇଁ ମନ ବଳାଇବେ ଓ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ  ଶୁଭଫଳ ମିଳିବ ଓ ଲାଭ ମଧ୍ୟ ପାଇବେ […]

RASI

  • Published: Wednesday, 26 October 2022
  • , Updated: 26 October 2022, 07:49 AM IST

ମେଷ: ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ ,ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବା ସହିତ ମାନସମ୍ମାନ ମିଳିବ । ପିଲାମାନଙ୍କର ପାଠପଢାରେ ଉନ୍ନତି ହେବ।

ବୃଷ : ନୂତନ ଅନୁଷ୍ଠାନ ପାଇଁ ମନ ବଳାଇବେ ଓ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ  ଶୁଭଫଳ ମିଳିବ ଓ ଲାଭ ମଧ୍ୟ ପାଇବେ ।

ମିଥୁନ : ବ୍ୟବସାୟରେ ଆୟ ଯେତିକି ହେବ ସେତିକି ଖର୍ଚ୍ଚ ମଧ୍ୟ ହେବ । ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ ।  ଗଣମାଧ୍ୟମରେ ଥିବା ବ୍ୟକ୍ତି ସଫଳତା ପାଇବେ ।

କର୍କଟ : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗି ରଖି ଚାଲିବାକୁ ପଡିବ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ । ସ୍ୱାମୀସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ ,ଟିକେ ସତର୍କ ରହିବାକୁ ପଡିବ।

ସିଂହ : ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ।  ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ । ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ  ଭୋଜନ କରିବେ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ ,ସେଥିପାଇଁ ମନ ବ୍ୟସ୍ତ ରହିବ।  ଆଜି ଦିନ ମଧ୍ୟରେ କୌଣସି ସମସ୍ୟାକୁ ନେଇ ବ୍ୟସ୍ତ ରହିବେ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ଦେଖି ବାପାମା’ ଖୁସି ହେବେ ।

ତୁଳା  : ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହେବ ଓ ପ୍ରତି କାର୍ଯ୍ୟରେ ସଫଳତା ପାଇବେ । ଦୂରସ୍ଥାନକୁ ନୂତନ ବ୍ୟବସାୟ ପାଇଁ ଯାତ୍ରା କରିବେ ଏବଂ ସଫଳତା ପାଇବେ।  ସ୍ୱାମୀସ୍ତ୍ରୀଙ୍କ  ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ ।

ବିଛା : କର୍ମକ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କଲେ ସଫଳତା ପାଇବେ ନାହିଁ। ପରିବାରରେ ସୁଖଶାନ୍ତି ମିଳିବ ଓ ଶତ୍ରୁ ମିତ୍ରତାର ହାତ ବଢ଼ାଇବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଏବଂ ଚାକିରୀ ସୁଯୋଗ ମିଳିବ ।

ଧନୁ: ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।  ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଓ ମାନସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇପାରିବେ।

ମକର : ଚାକିରୀ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ ।  ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ମାଙ୍ଗଳିକ  କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ କିନ୍ତୁ ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇବେ।

କୁମ୍ଭ: ଆଜି ବ୍ୟବସାୟରେ ଲାଭ ପାଇପାରିବେ ଏବଂ ଦୂର ବନ୍ଧୁଙ୍କ ସହିତ ମିଳନ ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଓ ଘରକୁ ଅତିଥିଙ୍କର ଆଗମନ ହେବ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ସଫଳତା ମିଳିବ ନାହିଁ ଏବଂ ଶତ୍ରୁ ବୃଦ୍ଧି ହେବେ ।  ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ କିନ୍ତୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ। କୌଣସି କଥାକୁ ନେଇ ମନସ୍ତାପ କରିବେ ଯାହାକି ମନ ଚଳଚଞ୍ଚଳ ରହିବ ।

Related story