/odisha-reporter/media/post_attachments/uploadimage/library/16_9/16_9_0/IMAGE_1679796198.jpg)
Daily Horoscope
ମେଷ: ବ୍ୟବସାୟ ବାଣିଜ୍ୟରେ ଅତ୍ୟଧିକ ବ୍ୟୟ ହେବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଯାନବାହନ ଚଳାଚଳ କଲାବେଳେ, ସତର୍କ ରୁହନ୍ତୁ।
ବୃଷ: ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ପାରିବାରିକ ଶାନ୍ତି ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: କର୍ମ କ୍ଷେତ୍ରରେ ସମସ୍ୟା ଉପୁଜିପାରେ। ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ରୁହନ୍ତୁ।
କର୍କଟ: ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ହେବ। ଭୂମି ଜନିତ ସମସ୍ୟାର ସମାଧାନ ହୋଇଯିବ। ପରିବାରରେ ମତାନ୍ତର ଓ ମନାନ୍ତର ହୋଇପାରେ।
ସିଂହ: ବ୍ୟବସାୟ ବାଣିଜ୍ୟରେ ଆୟର ନୂତନ ଦିଗ ମିଳିଯିବ। ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଦୂରଯାତ୍ରା କରିପାରନ୍ତି।
କନ୍ୟା: ବ୍ୟବସାୟ ବାଣିଜ୍ୟରେ ଅକସ୍ମାତ କ୍ଷତି ହୋଇଯାଇପାରେ। କ୍ରୋଧ ଯୋଗୁ ଅସୁବିଧାରେ ପଡିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଦେବେ।
ତୁଳା: ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ। ନୂତନ ବ୍ୟବସାୟ ପାଇଁ ଯୋଜନା ମଧ୍ୟ କରିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।
ବିଛା: ବ୍ୟବସାୟ ବାଣିଜ୍ୟରେ ଅଚାନକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଦୂରଯାତ୍ରାରୁ ନିବୃତ ରହିପାରିଲେ ଅନେକ ଅସୁବିଧାକୁ ଏଡେଇ ଦେଇପାରିବେ। ବିବାଦ କରନ୍ତୁ ନାହିଁ।
ଧନୁ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହେବେ। ପରିବାରରେ ଶାନ୍ତି ମିଳିବ। ଶାରୀରିକ ସୁସ୍ଥ ରହିବ।
ମକର: କର୍ମ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଅସହଯୋଗ କରୁଥିବା ବ୍ୟକ୍ତିମାନେ ବିରୋଧ କରିବେ। ପରିବାରରେ ଶାନ୍ତିଶୃଙ୍ଖଳା ବଜାୟ ରହିବ।
କୁମ୍ଭ: କର୍ମ କ୍ଷେତ୍ରରେ ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ। ମାନସିକ ଚାପ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।
ମୀନ: କର୍ମ କ୍ଷେତ୍ରରେ ଶୁଭପ୍ରାପ୍ତି ହେବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ସହଯୋଗ ପାଇବା ଯୋଗୁ ମନରେ ସନ୍ତୋଷ ଭାବ ଦେଖାଦେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
