୨୬ ଅକ୍ଟୋବର, ମଙ୍ଗଳବାର: ବ୍ୟବସାୟରେ ଅଧିକ ଲାଭ ହେବ

ମେଷ: କର୍ମକ୍ଷେତ୍ରରେ ଗଠନ ମୂଳକ ପ୍ରସ୍ତାବ ଦେଇ  ପ୍ରଂଶସିତ ହେବେ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ହେବ। ବୃଷ: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ।  ବ୍ୟବସାୟ କ୍ଷେତ୍ରରେ କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ମିଥୁନ: କଠିନ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଅଧିକ ଲାଭ ହେବ। କର୍କଟ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। […]

RASI

Tapaswini Nayak
  • Published: Tuesday, 26 October 2021
  • , Updated: 26 October 2021, 08:01 AM IST

ମେଷ: କର୍ମକ୍ଷେତ୍ରରେ ଗଠନ ମୂଳକ ପ୍ରସ୍ତାବ ଦେଇ  ପ୍ରଂଶସିତ ହେବେ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ହେବ।

ବୃଷ: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ।  ବ୍ୟବସାୟ କ୍ଷେତ୍ରରେ କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ।

ମିଥୁନ: କଠିନ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଅଧିକ ଲାଭ ହେବ।

କର୍କଟ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କାମରେ ସଫଳତା ପାଇବେ। ସବୁ କାମରେ ସର୍ତକତା ଅବଲମ୍ବନ କରନ୍ତୁ।

ସିଂହ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ଶତ୍ରୁମାନେ ଦୂରେଇ ଯିବେ। ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ ହେବ।  ଘର ପାଇଁ କିଛି ନୂଆ ଜିନିଷ କ୍ରୟ କରିପାରନ୍ତି।

ତୁଳା: ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗ ପାଇବେ।

ବିଚ୍ଛା: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଘରକୁ ଅତିଥି ଆସିପାରନ୍ତି।

ଧନୁ: ଶରୀର ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ମକର: ମାନ-ସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ କଳହର ସମାପ୍ତି ଘଟିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

କୁମ୍ଭ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ।ପଦୋନ୍ନତିର ଯୋଗ ରହିଛି।

ମୀନ: ବ୍ୟବସାୟରେ ଅଧିକ ବ୍ୟୟ ହେବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

 

Related story