ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ।
ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଫିସ୍ରେ ଚିନ୍ତା ଜନକ ପରିସ୍ଥିତି ଲାଗି ରହିବ। ସନ୍ଧ୍ୟା ସମୟରେ କିଛିଟା ସୁଧାର ଆସିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।
ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ, ତଥାପି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି।
କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଚିନ୍ତା ଦୂର ହେବ। ନୂଆ କାମ ହାତକୁ ନେଇପାରନ୍ତି।
ସିଂହ: ଆଜି ଦିନଟି ଭଲରେ କଟିବ। ଘରକୁ ବନ୍ଧୁ ଆସି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।
କନ୍ୟା: ଆଜି ଦିନଟି ଭଲ ନୁହେଁ, ସତର୍କ ରୁହନ୍ତୁ। ଧନହାନୀର ଯୋଗ ରହିଛି। ଦୁର୍ଘଟଣା ଘଟିପାରେ। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ, ସମସ୍ୟା କିଛିଟା କମିବ।
ତୁଳା: ପରିବାରରେ ହସଖୁସିର ବାତାବରଣ ରହିବ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଜମି କିଣିବାର ଯୋଗ ରହିଛି।
ବିଛା: ପିଲାମାନଙ୍କ ପାଇଁ ଧାଁଦୌଡ଼ରେ ଦିନଟି କଟିବ। ବ୍ୟବସାୟରେ ଲାଭବାନ ହେବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ଧନୁ: କ୍ୟାରିଅରରେ ସୁଧାର ଆସିବ। ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦ ଜନିତ ସ୍ଥିତିର ସମାଧାନରେ ଆପଣଙ୍କର ବିଜୟ ହେବ।
ମକର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧନହାନୀର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପାଇବେ।
କୁମ୍ଭ: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ମାନ-ସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି।
ମୀନ: ଅଟକି ରହିଥିବା କାମ ଆଜି ଶେଷ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ହସଖୁସିର ବାତାବରଣ ରହିବ ଓ ଶୁଭକାମ ହୋଇପାରେ।