୨୭ ଅଗଷ୍ଟ, ଶନିବାର: ପରିବାରରେ ଶାନ୍ତି ବିରାଜମାନ କରିବ

ମେଷ: ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ। ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ବୃଷ: ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ଶିକ୍ଷାର୍ଥୀମାନେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ପରୀକ୍ଷା, ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ। ମିଥୁନ:ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଆର୍ଥିକ […]

RASI

  • Published: Saturday, 27 August 2022
  • , Updated: 27 August 2022, 07:46 AM IST

ମେଷ: ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ। ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ ।

ବୃଷ: ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ଶିକ୍ଷାର୍ଥୀମାନେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ପରୀକ୍ଷା, ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ।

ମିଥୁନ:ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ସହ ନୂଆ କାମ ନୂଆ ପ୍ରେରଣା ଦେବ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ ।

କର୍କଟ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।

ସିଂହ:  କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ  ଆଭୂଷଣରେ ଅଧିକ ବ୍ୟୟ ଘଟିବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ ।

କନ୍ୟା: ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ । ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ତୁଳା: ସମ୍ପର୍କୀୟ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହେବେ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇ ମାନସିକ ଶାନ୍ତି ଅନୁଭବ କରିବେ।

ବିଚ୍ଛା:  ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ନୂତନ କର୍ମ ନିଯୁକ୍ତିରେ ସଫଳ ହେବା ସହ ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।

ଧନୁ: ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ଶତୃମାନେ ଦୂରେଇ ଯିବେ । ବ୍ୟବହାର କୁଶଳତାକୁ ଆଧାର କରି ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ। ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ମନ ଲାଗିବା ହେତୁ ସଠିକ୍ ଉତ୍ତର ଲେଖିପାରିବେ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ : ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ଫଳରେ ଆଶା କରିଥିବା କାର୍ଯ୍ୟ ପୂରଣ କରିପାରିବେ। ଜାଗାଜମି ଓ ଗୃହ ସମ୍ବନ୍ଧୀୟ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିବ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ୱ ବିକଶିତ ହେବ।

ମୀନ: ଉଚିତ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରିପାଇବେ । ଶାରିରୀକ ସୁସ୍ଥତା ଦେଖାଦେବା ସହ ଯେକୌଣସି କାମରେ ହାତ ଦେଲେ, ସେଥିରେ ସଫଳ ହେବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ।

Related story