୨୮ ଫେବ୍ରୁଆରୀ, ‍‍ବୁଧବାର; ଅଭାବ ଅସୁବିଧା ଥାଇ ବି କାମ ଅଟକିବ ନାହିଁ

ବାଦବିବାଦ, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ।

Representation image

  • Published: Wednesday, 28 February 2024
  • , Updated: 28 February 2024, 07:58 AM IST

ମେଷ: ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବା ସହ କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ପଡୋଶୀମାନେ ସ୍ୱାର୍ଥ ହାସଲ କରିବା ପାଇଁ ମିଠାଳିଆ କଥା କହିବେ। ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା ପାଇଁ ଧାଁଦୌଡ଼ କରିବାକୁ ପଡିବ ।

ବୃଷ: ବାଦବିବାଦ, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ।

ମିଥୁନ:  ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବା ସହ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।

କର୍କଟ: ସହକର୍ମୀ ମାନଙ୍କ ଦ୍ୱାରା ଲାଭବାନ ହେବେ ଓ ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ବାଦବିବାଦ, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିପାରନ୍ତି।

ସିଂହ: କଳକାରଖାନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହାର ସମାଧାନ ହୋଇଯିବ । ଛାତ୍ରଛାତ୍ରୀ ଯାନବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରିପାରନ୍ତି ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। କିନ୍ତୁ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ଘରକୁ ବନ୍ଧୁଙ୍କର ଆଗମନ ହେବାରୁ ମନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ଏବଂ କାହାରି ସହିତ କଳହ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ କିନ୍ତୁ ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଛାତ୍ରଛାତ୍ରୀ ପରୀକ୍ଷା, ପ୍ରତିଯୋଗିତା, ସାକ୍ଷାତକାରରେ ବିଜୟୀ ହେବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ ।

ମୀନ:  ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିପାରନ୍ତି। ଦାମ୍ପତ୍ୟ କଳହ ମେଣ୍ଟି ଯାଇ ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ।

Related story