୨୭ ଅକ୍ଟୋବର, ଗୁରୁବାର, ବିଶିଷ୍ଟ ବ୍ୟକ୍ତିଙ୍କ ସହ ମତାନ୍ତର ହୋଇପାରେ

ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ, ସହଯୋଗ ପାଇବେ । ମହିଳାମାନେ ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ । ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ। ଚାଲିଥିବା କାର୍ଯ୍ୟ ହଠାତ୍ ବନ୍ଦ ଦେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ,  ସତର୍କ ରୁହନ୍ତୁ । ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, କିନ୍ତୁ ମାନସିକ ଚାପ ଅନୁଭବ କରିବେ। ଦୂରଯାତ୍ରାର […]

RASI

  • Published: Thursday, 27 October 2022
  • , Updated: 28 October 2022, 07:46 AM IST

ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ, ସହଯୋଗ ପାଇବେ । ମହିଳାମାନେ ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ ।

ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ। ଚାଲିଥିବା କାର୍ଯ୍ୟ ହଠାତ୍ ବନ୍ଦ ଦେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ,  ସତର୍କ ରୁହନ୍ତୁ ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, କିନ୍ତୁ ମାନସିକ ଚାପ ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇବେ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ୍ ହେବେ। ସାମାଜିକ ମାନସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିବ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ମତାନ୍ତର  ହୋଇପାରେ, ସତର୍କ ରହିବେ।

କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ କିନ୍ତୁ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

ତୁଳା: ଆର୍ଥିକ ସ୍ଥିତି ଆଜି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ । ବିଶିଷ୍ଚ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିବ, କିନ୍ତୁ ଶରୀରରେ ଆଘାତ ଲାଗିପାରେ।

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାଥିରେ ବାଦବିବାଦ ଉପୁଜିପାରେ। ଗୁପ୍ତଶତୃମାନେ ହଇରାଣରେ ପକାଇ ପାରନ୍ତି। ବନ୍ଧୁବାନ୍ଧବ କିନ୍ତୁ  ସହଯୋଗର ହାତ ବଢ଼ାଇବେ।

ଧନୁ:  ବହୁ ଦିନର ଅଭିଳାଶ ପୂରଣ ହେବା ଯୋଗୁଁ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ସହ ଧନପ୍ରାପ୍ତି ହେବ। ଶରୀରରେ ଆଘାତ ଲାଗିପାରେ।

ମକର: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବ୍ୟବସାୟ ସ୍ଥଳରେ ବାଦବିବାଦ ଉପୁଜିପାରେ। ଶାରିରୀକ ଅସୁସ୍ଥତା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ପରିବାରରେ ମତଭେଦ ହୋଇପାରେ।

ମୀନ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରାର ଯୋଗ ରହିଛି। ପରିବାରରେ ସାମାନ୍ୟ ମତଭେଦ ଘଟିପାରେ ଏବଂ ଆଘାତ ମଧ୍ୟ ଲାଗିପାରେ।

Related story