୨୭ ଏପ୍ରିଲ, ବୁଧବାର: ବାକି ପଡିଥିବା ଅର୍ଥ ଆଦାୟ ହେବ

ମେଷ: ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ  ଓ ବ୍ୟବସାୟରେ ଆୟ ବୃଦ୍ଧି ହେବ। ଅପରାହ୍ନରେ ଖୁସି ଖବର ପ୍ରାପ୍ତି ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ବୃଷ: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ । କୌଣସି କାରଣକୁ ନେଇ ପଡୋଶୀଙ୍କ ସହ କଳହ  ହୋଇପାରେ। ମିଥୁନ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ […]

RASI

RASI

Niharika Rout
  • Published: Wednesday, 27 April 2022
  • Updated: 27 April 2022, 07:41 AM IST

ମେଷ: ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ  ଓ ବ୍ୟବସାୟରେ ଆୟ ବୃଦ୍ଧି ହେବ। ଅପରାହ୍ନରେ ଖୁସି ଖବର ପ୍ରାପ୍ତି ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ବୃଷ: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ । କୌଣସି କାରଣକୁ ନେଇ ପଡୋଶୀଙ୍କ ସହ କଳହ  ହୋଇପାରେ।

ମିଥୁନ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ଦ୍ୱନ୍ଦ ଉପୁଜିବ ।

କର୍କଟ:  ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଗୁପ୍ତ ଶତୃ ବୃଦ୍ଧି ହେବେ । ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

ସିଂହ: କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଓ ଅଯଥା କଳହ ଦେଖାଦେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ। ବନ୍ଧୁଙ୍କ ପରାମର୍ଶ ନେଲେ ସଫଳ ହେବେ।

କନ୍ୟା: ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ଏବଂ ବ୍ୟସ୍ତ ବିବ୍ରତ ହେବେ।

 ତୁଳା: ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ । ଆୟ ଅନୁପାତରେ ବ୍ୟୟ ଅଧିକ ରହିବ । ଆର୍ଥିକ ସମସ୍ୟା ଦେଖାଦେବ ଓ ମନରେ ଅନେକ ଚିନ୍ତା ବୃଦ୍ଧି ହେବ । ଅଳସୁଆପଣ ବଢିବାରୁ ମନ ଭଳ ରହିବ ନାହିଁ ।

ବିଚ୍ଛା: ବ୍ୟବସାୟକୁ ନେଇ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ କଳହ ଦେଖାଯିବ । ଧାର କରଜ ବଢିବାରୁ ମନ ଅଶାନ୍ତ ରହିବ, ଆର୍ଥିକ ସମସ୍ୟା ଲାଗି ରହିବ।  କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ।

ଧନୁ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଭାତୃ ବିବାଦ ଦୂରେଇଯିବ ।

ମକର: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖାଦେବ। ବହୁ ଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ବଢିବ । ଘରକୁ ଅତିଥିଙ୍କର ଆଗମନ ହେବ ।

କୁମ୍ଭ: କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ  ମାନ ସମ୍ମାନ ପ୍ରାପ୍ତି ହେବ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିବେ ।

ମୀନ: ସ୍ୱାସ୍ଥ୍ୟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ । ଅଧିକ ବ୍ୟୟ ଯୋଗୁ ବ୍ୟବସାୟୀଙ୍କ ମନରେ ଅସ୍ଥିରତା ବଢିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ବଢ଼ିବ ଓ ପ୍ରଶଂସିତ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos