୨୭ ଅଗଷ୍ଟ, ଗୁରୁବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ମେଷ:  ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୁକୁରକୁ ଖାଇବାକୁ ଦିଅନ୍ତୁ। ବୃଷ: ଆପଣଙ୍କ ପରିକଳ୍ପନା ଭୁଲ୍‌ ସାବ୍ୟସ୍ତ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଘରେ ହସଖୁସିର ପରିବେଶ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। କର୍କଟ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ସିଂହ: ପୂର୍ବ ଯୋଜନା ମୁତାବକ କାମ ଗୁଡ଼ିକ […]

rashi

Jyoshna Pradhan
  • Published: Thursday, 27 August 2020
  • , Updated: 27 August 2020, 08:12 AM IST

ମେଷ:  ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୁକୁରକୁ ଖାଇବାକୁ ଦିଅନ୍ତୁ।

ବୃଷ: ଆପଣଙ୍କ ପରିକଳ୍ପନା ଭୁଲ୍‌ ସାବ୍ୟସ୍ତ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଘରେ ହସଖୁସିର ପରିବେଶ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ସିଂହ: ପୂର୍ବ ଯୋଜନା ମୁତାବକ କାମ ଗୁଡ଼ିକ ଆଗେଇ ନେବାକୁ  ଚେଷ୍ଟା କରିବେ। ଆଧ୍ୟାତ୍ମିକ ଆଲୋଚନାରେ ମନ ବଳିବ। କେତେକ କାମ କରିବା ପାଇଁ ଦୃଢ ସଂକଳ୍ପ ନେବେ।

କନ୍ୟା: ଯାହା ଭାବୁଛନ୍ତି ଶୀଘ୍ର  କରନ୍ତୁ ନଚେତ ସୁଯୋଗ ହାତଛଡା ହୋଇପାରେ। ଯାନବାହନ କ୍ରୟ କରିପାରନ୍ତି। କଥା ଦେଇଥିବା ବନ୍ଧୁମାନେ କଥା ରଖି ନପାରନ୍ତି।

ତୁଳା: ଅଳସୁଆ ଅନୁଭବ କରିବେ।  ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବିଛା:  ଧୈର୍ଯ୍ୟ ରଖନ୍ତୁ ସବୁ କିଛି ଠିକ୍‌ ହୋଇଯିବ। ଦୁର୍ବଳ ମନକୁ ସବଳ କରି ଆଗେଇ ଚାଲିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

ଧନୁ: ଜିଦଖୋର ମନୋଭାବ ଯୋଗୁ ଏକାନ୍ତ ଅନୁଭବ କରିବେ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ।

ମକର: ଖର୍ଚ୍ଚ ବଢ଼ିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାନ୍ତି। ଜଗି ରଖି ଚଳନ୍ତୁ।

କୁମ୍ଭ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମୀନ: ମାନ-ସମ୍ମାନ ମିଳିବ। ଆର୍ଥିକ  ସ୍ଥିତି ସ୍ୱଚ୍ଛଳ ରହିବ। ଭଗବାନ ଗଣେଶଙ୍କୁ ଆରଧନା କରନ୍ତୁ।

Related story