୨୭ ଡିସେମ୍ବର, ସୋମବାର: ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି

ମେଷ: ପୁରାତନ ରୋଗରୁ ଉପଶମ ମିଳିବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ। ବୃଷ: ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ। ବକେୟା ଅର୍ଥ ଆଦାୟ କରିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ। କର୍କଟ: ଶରୀର ସୁସ୍ଥ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ସମାଚାର ଶୁଣିବାକୁ ମିଳିବ। ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ। ସରକାରୀ କାର୍ଯ୍ୟରେ ସଫଳତା […]

RASI

Tapaswini Nayak
  • Published: Monday, 27 December 2021
  • , Updated: 27 December 2021, 08:28 AM IST

ମେଷ: ପୁରାତନ ରୋଗରୁ ଉପଶମ ମିଳିବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ।

ବୃଷ: ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ। ବକେୟା ଅର୍ଥ ଆଦାୟ କରିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ।

କର୍କଟ: ଶରୀର ସୁସ୍ଥ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ସମାଚାର ଶୁଣିବାକୁ ମିଳିବ। ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

କନ୍ୟା: ମାନ-ସମ୍ମାନ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।

ତୁଳା: ସନ୍ତାନଙ୍କ ସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣ କାମ ଆପଣଙ୍କ ଦ୍ୱାରା ହୋଇପାରେ। କର୍ମକ୍ଷେତ୍ରରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ଠାରୁ ବିଶେଷ ଲାଭବାନ ହେବେ।

ବିଚ୍ଛା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ମିଳିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି।  କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ଶାନ୍ତି ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇ ପାରିବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ସହ ଅଯଥା ଯୁକ୍ତିତର୍କ ନକରି ଶାନ୍ତ ରହିବା ଉଚିତ।

କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ରାଜନେତାଙ୍କର ଖ୍ୟାତି ବଢ଼ିବ।

ମୀନ:  କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ପାଇବେ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଜମି  ବା ଗାଡ଼ି କ୍ରୟ କରିପାରିବେ।

 

Related story