ମେଷ: ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବାର ଆଶଙ୍କା ରହିଛି। ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି।
ବୃଷ: ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ।
ମିଥୁନ: ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ।
କର୍କଟ: ପିତା-ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖା ଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କର୍ମକ୍ଷେତ୍ରରେ ପୂର୍ବ ସମସ୍ୟା ଦୂର ହୋଇଯିବ।
ସିଂହ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଭ୍ରମଣ ଯୋଗୁ କ୍ଳାନ୍ତ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଉପକୃତ ହେବେ। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ସନ୍ତାନସନ୍ତତିମାନେ ଆଜ୍ଞାଧୀନ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଖର୍ଚ୍ଚ ବଢ଼ିବ।
ତୁଳା: ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ହାତକୁ ନେଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପାରେ।
ବିଛା: କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ସମସ୍ତ କ୍ଷେତ୍ରରେ ବିଜୟୀ ହେବେ। ସାହାଯ୍ୟ ସହଯୋଗ ପାଇ ମନ ପ୍ରଫୁଲ୍ଲିତ ରହିବ।
ଧନୁ: ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ।
ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍ ଢଙ୍ଗରେ ଗ୍ରହଣ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ, ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ।
କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଉପକୃତ ହେବେ। ପିତା-ମାତାଙ୍କ ସ୍ନେହଶ୍ରଦ୍ଧା, ସହାନୁଭୂତି ଓ ଆଶୀର୍ବାଦ ମିଳିବ। ନିଜର ଦକ୍ଷତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବହୁ ଦିନର ଆଶା ପୂରଣ ହେବ।
ମୀନ: ଆଶା ଓ ଆଶଙ୍କା ଦେଇ ଗତି କରିବେ। ପ୍ରତ୍ୟେକ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ।