୨୭ ଜାନୁଆରୀ, ଗୁରୁବାର: ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ପୂର୍ବକ କରିବା ଉଚିତ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ। ବୃଷ: ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ। ମିଥୁନ: ସମସ୍ତ କାମ ର୍ନିବିଘ୍ନରେ ସମ୍ପନ୍ନ ହୋଇଯିବା ଫଳରେ ମାନସିକ ଶାନ୍ତି ମିଳିବ।  ଶତ୍ରୁମାନେ ଦୂରେଇ ଯିବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ଲାଭ ହେବ। […]

RASI

Tapaswini Nayak
  • Published: Thursday, 27 January 2022
  • , Updated: 27 January 2022, 07:44 AM IST

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ପୂର୍ବକ କରିବା ଉଚିତ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ।

ବୃଷ: ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ।

ମିଥୁନ: ସମସ୍ତ କାମ ର୍ନିବିଘ୍ନରେ ସମ୍ପନ୍ନ ହୋଇଯିବା ଫଳରେ ମାନସିକ ଶାନ୍ତି ମିଳିବ।  ଶତ୍ରୁମାନେ ଦୂରେଇ ଯିବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ।

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ଲାଭ ହେବ। ଜୀବନ ସାଥିଙ୍କ ସହଯୋଗ ମିଳିବ। ପୁରାତନ ଶତ୍ରୁମାନେ ଦୂରେଇ ଯିବେ। ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିବେ।

ସିଂହ: ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ। ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ବ୍ୟବସାୟରେ ଅଧିକ ଲାଭ ମିଳିବ। ମାନ-ସମ୍ମାନ ବଢ଼ିବ। ବାହନ କ୍ରୟ କରିପାରନ୍ତି। ପୂର୍ବରୁ ଅଟକିଥିବା କାର୍ଯ୍ୟରେ ଶୁଭ ପରିଣାମ ପ୍ରତିଫଳନ ହେବ।

ତୁଳା: ପରିବାର ସଦସ୍ୟଙ୍କ ଖୁସିରେ ଦିନଟି କାଟିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ରାଜନୀତି କ୍ଷେତ୍ରରେ ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ।

ବିଚ୍ଛା: କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ସନ୍ତାନଙ୍କ ପାଇଁ କୌଣସି ମହତ୍ତପୂର୍ଣ୍ଣ କାମ କରିପାରନ୍ତି।  କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ।

ମକର: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ। ପରିବାରରେ ସୁଖଶାନ୍ତି ଅତୁଟ ରହିବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଜାଗା, ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିପାରେ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଲାଭବାନ ହେବେ।

ମୀନ: ବ୍ୟବସାୟରେ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବେ। କୌଣସି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

 

Related story