୨୭ ଜାନୁଆରୀ, ଶୁକ୍ରବାର: ବଡ ବ୍ୟବସାୟ ପାଇଁ ମନ ବଳାଇବେ

ନିମାର୍ଣାଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

Image

Representational Image

Niharika Rout
  • Published: Friday, 27 January 2023
  • Updated: 27 January 2023, 07:42 AM IST

Sports

Latest News

ମେଷ : କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ ନାହିଁ । ଫଳରେ ମନ ଦୁଃଖ ରହିବ। ନିମାର୍ଣାଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ : ବ୍ୟବସାୟରେ ବାକିପଡ଼ିଥିବା ଅର୍ଥ ଆଦାୟ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଖୁସି ଖବର ମିଳିବ। ପାରିବାରିକ କଳହର ସମାଧାନ ହେବ । ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି ।

Also Read

ମିଥୁନ: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ସ୍ବାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କର୍କଟ : ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଖୁସି ଖବର ମିଳିବ ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଦୂରସ୍ଥାନକୁ ଭ୍ରମଣ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

ସିଂହ : ପାରିବାରିକ ଅଶାନ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ ଅର୍ଥ ବ୍ୟୟ ହେବ। ନିର୍ମାଣାଧୀନ କାର୍ଯ୍ୟରେ ବାଧାବିଘ୍ନ ଲାଗି ରହିବ ଯାହାକି ମନକୁ ଭାରାକ୍ରାନ୍ତ କରିବ। ଦୂରସ୍ଥାନକୁ ଯାତ୍ରା କରି ନୂଆ ବନ୍ଧୁଙ୍କ ସହିତ ଦେଖାହେବାରୁ ମନ ଖୁସି ଲାଗିବ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି ପାଇଁ ଖୁସି ଖବର ମିଳିବ। ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଓ ଅର୍ଥଲାଭ ହେବ ।

ତୁଳା : ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ଜମି, ଯାନବାହାନ କ୍ରୟ କରିପାରନ୍ତି ଏବଂ ବଡ ବ୍ୟବସାୟ ପାଇଁ ମନ ବଳାଇବେ । ଦୁରବନ୍ଧୁଙ୍କ ସହିତ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିପାରନ୍ତି।

ବିଛା : ଅଧିକ ସମୟ ପୁଜାପୂଜିରେ ଅତିବାହିତ କରିବେ । କିନ୍ତୁ ପାରିବାରିକ ଜୀବନ ଖୁସି ରହିବ ନାହିଁ । ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି ନ କରିବାରୁ ବାପାମା’ମାନେ ବ୍ୟସ୍ତ ହେବେ।

ଧନୁ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ, ବରଂ କଳହ ଦେଖାଯିବ । ଅର୍ଥ ପାଇଁ ଚିନ୍ତାରେ ରହିପାରନ୍ତି । ଫଳରେ ମନ ଦୁଃଖ ରହିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ଦେଖାଯିବ।

ମକର : ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ବ୍ୟବସାୟୀମାନେ ଅଧିକ ଲାଭ ପାଇବେ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ।

କୁମ୍ଭ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ଭବିଷ୍ୟତ ପାଇଁ ଖୁସି ଖବର ପ୍ରାପ୍ତି ହେବ । ବହୁ ଦିନରୁ ଅଟକିଥିବା କାର୍ଯ୍ୟ ସୁରୁଖୁରୁରେ ହୋଇଯିବ ଓ ଅଚାନକ ଧନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମୀନ : ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ କିନ୍ତୁ ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ଘରକୁ ଅତିଥି ଆସିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ ମନ ଅଶାନ୍ତି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos