ମେଷ: ମନ ଖୁସି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।
ବୃଷ: ଅଧିକ ପରିଶ୍ରମ କରିବେ। ପାରିବାରିକ ସଂପର୍କରେ ତିକ୍ତତା ଦେଖା ଦେଇ ପାରେ। ଜଗି ରଖି ଚଳନ୍ତୁ।
ମିଥୁନ: ଧିରେ ଧିରେ ସମସ୍ତ ଆଶଙ୍କା ଦୂର ହୋଇଯିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।
କର୍କଟ: ପରିଶ୍ରମର ଉପଯୁକ୍ତ ଫଳ ମିଳିବ। ବନ୍ଧୁମାନଙ୍କ ବିରୁଦ୍ଧାଚରଣ ମନରେ କଷ୍ଟ ଦେଇପାରେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।
ସିଂହ: ବିରୋଧାଭାଷର ଶିକାର ହେବେ। ମନ କଥା ପ୍ରକାଶ କରିବା କଷ୍ଟକର ହୋଇପଡିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।
କନ୍ୟା: ପରିବାରର ପୂର୍ଣ୍ଣ ସମର୍ଥନ ପାଇ ପ୍ରତିଟି କ୍ଷେତ୍ରରେ ଆଗେଇ ଚାଲିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ତୁଳା: ଅନ୍ୟର ଉପକାର କରିବାକୁ ଯାଇ ସମସ୍ୟାରେ ପଡିପାରନ୍ତି। ଶତ୍ରୁଙ୍କୁ ଦୃଢ ହସ୍ତରେ ପ୍ରତିରୋଧ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ବିଛା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଗୃହକୁ ନୂତନ ଦ୍ରବ୍ୟ ଆଣିପାରନ୍ତି। ମିଠାମିଠା କଥାରେ ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ।
ଧନୁ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଖର୍ଚ୍ଚ ବଢ଼ିବ।
ମକର: ଘରେ ହସଖୁସିର ପରିବେଶ ରହିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
କୁମ୍ଭ: ମାନ ସମ୍ମାନ ମିଳିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। କାଉକୁ ଖାଇବାକୁ ଦିଅନ୍ତୁ।
ମୀନ: ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭଗବାନ ଗଣେଶଙ୍କୁ ଆରଧନା କରନ୍ତୁ।