୨୮ ମେ’ ରବିବାର: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ

ଆଜି ୨୦୨୩ ମସିହା ମଇ ମାସ ୨୭ ତାରିଖ ଶନିବାର ବୃଷ ୧୩ ଦିନ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର

Representational Image

  • Published: Sunday, 28 May 2023
  • , Updated: 28 May 2023, 08:08 AM IST

ମେଷ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ଶୁଭ ଖବର ମିଳିବ। ବ୍ୟବସାୟରେ ଲାଭ ପାଇବେ।

ବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯାହାକୁ କଥା ଦେବେ ଭାବିଚିନ୍ତି କଥା ଦେବେ, ନଚେତ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି।

ମିଥୁନ: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇଲେ ମଧ୍ୟ ଶତ୍ରୁଭୟ ରହିବ। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

କର୍କଟ: ପଡ଼ୋଶୀଙ୍କ ସହ ବାଦବିବାଦ ଦେଖାଯିବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକି ଯିବ।

ସିଂହ: ପରିବାରରେ ହସଖୁସିରେ ସମୟ କାଟିବେ। ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: କୌଣସି କଥାକୁ ନେଇ ମନସ୍ତାପ କରିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅର୍ଥ ବ୍ୟୟ ହେବ। ବାକି ପଡ଼ିଥିବା ଅର୍ଥ ପାଇଁ କଳହ ହେବ, ସେଥିପାଇଁ ସତର୍କ ରୁହନ୍ତୁ। ବ୍ୟବସାୟରେ ଆଶାନୁସାରେ ଲାଭ ମିଳିବ ନାହିଁ।

ତୁଳା: ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ। ଘରକୁ ଅତିଥିଙ୍କର ଆଗମନ ହେବ। ଅଟକି ଥିବା କାର୍ଯ୍ୟ ଅଚାନକ ସଂପନ୍ନ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା: ପୂଜା କାର୍ଯ୍ୟରେ ଅଧିକ ସମୟ ବିତିବ। ପାରିବାରିକ ଜୀବନ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

ଧନୁ: ବାକି ପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ। ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ।

ମକର: ନିଜର ଲୋକମାନେ ଅସୁବିଧାରେ ପକାଇପାରନ୍ତି, ସେଥିପାଇଁ ସତର୍କ ରହିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ। ବ୍ୟବସାୟରେ କ୍ଷତି ସହିବେ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅର୍ଥ ପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମୀନ: ବହୁଦିନରୁ ଅପେକ୍ଷା କରିଥିବା ଖୁସି ଖବର ଆଜି ପ୍ରାପ୍ତି ହୋଇପାରେ। ପାରିବାରିକ ସମସ୍ୟାର ସମାଧାନ ହେବ। ଘରକୁ ଅତିଥିଙ୍କର ଆଗମନ ହେବ।

Related story