ମେଷ: ଆଜି ଦିନଟି ଶୁଭ ନୁହେଁ। ହାଡ଼ଜନିତ ସମସ୍ୟାରେ ପଡ଼ିପାରନ୍ତି। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଅଯଥା ଚିନ୍ତା କରନ୍ତୁ ନାହିଁ।
ବୃଷ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ।
ମିଥୁନ: କାରିୟରରେ ଉନ୍ନତି ଘଟିବ। ଧାଁଦୌଡ଼ରେ ଦିନଟି କଟିବ। ଗୁରୁତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇଯିବ।
କର୍କଟ: ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କ୍ୟାରିୟରରେ ସଫଳତା ମିଳିବ।
ସିଂହ: ମନ ଖୁସି ରହିବ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।
କନ୍ୟା: ଆର୍ଥିକ ସ୍ଥିତି ସୁଧୁରିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।
ତୁଳା: ଜୀବନସାଥୀଙ୍କ ସହ ସଂପର୍କରେ ଉନ୍ନତି ଘଟିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ।
ବିଛା: ଚାକିରିରେ ସମସ୍ୟା କମିବ। ସହଯୋଗୀଙ୍କ ସହ ସମ୍ପର୍କ ସୁଧୁରିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ଧନୁ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କେହି ସାହାସ୍ୟ ମାଗିଲେ ମନା କରନ୍ତୁ ନାହିଁ।
ମକର: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନମତାନ୍ତର ଦୂର ହେବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କୁମ୍ଭ: କାମର ବୋଝ କମିବ। ଜୀବନଯାତ୍ରା ଠିକ୍ ରହିବ। ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।
ମୀନ: ସମ୍ପର୍କରେ ସୁଧାର ଆସିବ। ପିଲାମାନଙ୍କ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଚାକିରି ପରିବର୍ତ୍ତନ କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।