୨୯ ମେ’ ସୋମବାର: ବହୁ ଦିନର ଚିନ୍ତାରୁ ମୁକ୍ତି ମିଳିବ

ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ । ବନ୍ଧୁଙ୍କ ସହିତ ମନ କଥା ଆଲୋଚନା କରିବେ। ଦୂରସ୍ଥାନକୁ ଯାତ୍ରା କରିବେ ଓ ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ ।

Rashi

Representational Image

Niharika Rout
  • Published: Monday, 29 May 2023
  • Updated: 29 May 2023, 07:27 AM IST

Sports

Latest News

ମେଷ: ଆର୍ଥିକ ସମସ୍ୟା ଦେଖାଯିବାରୁ ମନର ସ୍ଵଭାଵ ଭଲ ରହିବ ନାହିଁ ଓ ଚିଡିଚିଡା ହେବେ । ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବନ୍ଧୁଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି । ସନ୍ତାନମାନେ ବାପାମା’ଙ୍କ କଥାକୁ ଗ୍ରହଣ ନ କରିବାରୁ ମନ ବ୍ୟସ୍ତ ରହିବ ।

ବୃଷ : କୌଣସି ବନ୍ଧୁ ଆପଣଙ୍କଠାରୁ ସାହାଯ୍ୟ ମାଗିପାରନ୍ତି କିନ୍ତୁ ଅଳସୁଆପଣ ଲାଗିରହିବ । ଜରୁରୀ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ବହୁ ଦିନର ଚିନ୍ତାରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ : ବ୍ୟବସାୟକୁ ନେଇ ମନରେ ନୂଆନୂଆ ବିଚାରଧାରା ଆସିବାରୁ ସଫଳତା ମିଳିବ । ଭଲ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହେବ ।

କର୍କଟ : ବ୍ୟବସାୟରେ ସଫଳତା ପାଇବେ ନାହିଁ । ବ୍ୟୟ ବୃଦ୍ଧି ହେବ ଯାହା ଦ୍ୱାରା ମନ ଭାରାକ୍ରାନ୍ତ ରହିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତାର ସହିତ ଯାଆନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ ।

ସିଂହ : ଚାକିରି କ୍ଷେତ୍ରରେ ସଫଳତା ପାଇବେ ଓ ଅର୍ଥ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଘରକୁ ଅତିଥିଙ୍କର ଆଗମନ ହେବ । ଦୂରସ୍ଥାନକୁ ଯାତ୍ରା କରିବା ସହିତ ସୁସ୍ୱାଦୁ ଭୋଜନ କରିବେ ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ଓ ଦୁରବନ୍ଧୁଙ୍କ ସହିତ ଭେଟ ହେବ। ଚାକିରି କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ହେବ ଏବଂ ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

ତୁଳା: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ । ବନ୍ଧୁଙ୍କ ସହିତ ମନ କଥା ଆଲୋଚନା କରିବେ। ଦୂରସ୍ଥାନକୁ ଯାତ୍ରା କରିବେ ଓ ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ । ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇ ପୁରସ୍କୃତ ହେବେ ।

ବିଛା :ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ ଏବଂ ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତି ହେବ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ । ଦୂର ବନ୍ଧୁଙ୍କ ସହିତ ମିଳନ ହେବାରୁ କିଛି ସାହାଯ୍ୟ ପାଇପାରନ୍ତି ।

ଧନୁ: ପାରିବାରିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚିନ୍ତାରୁ ମୁକ୍ତି ମିଳିବ କିନ୍ତୁ କର୍ମକ୍ଷେତ୍ରରେ ଅଯଥାରେ ମତାନ୍ତର ଘଟିବ । ବ୍ୟବସାୟରେ ଲାଭ ପାଇବେ ଓ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀଙ୍କର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ।

ମକର: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଖର୍ଚ୍ଚାନ୍ତ ହେବେ । କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ॥ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବାଧାବିଘ୍ନ ଦେଖାଯିବାରୁ ମନ ଭଲ ରହିବ ନାହିଁ । ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟକଥାକୁ ନେଇ କଳହ ଦେଖାଯିବ ।

କୁମ୍ଭ : ବ୍ୟବସାୟରେ ଲାଭ ପାଇ ପାରିବେ ଓ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବହୁ ଦିନରୁ ପଡିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଭୂମି , ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ ।ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ମୀନ: ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos