୨୯ ନଭେମ୍ବର, ମଙ୍ଗଳବାର: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବେ। ମିଥୁନ: ସନ୍ତାନଙ୍କୁ ନେଇ ଶୁଭ ସମାଚାର ପାଇବେ। ପିଲାଦିନର ମିତ୍ରଙ୍କ ସହିତ ଭେଟ ହେବ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। କର୍କଟ: ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଗୁରୁଜନମାନଙ୍କ […]

RASI

  • Published: Tuesday, 29 November 2022
  • , Updated: 29 November 2022, 07:34 AM IST

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବେ।

ମିଥୁନ: ସନ୍ତାନଙ୍କୁ ନେଇ ଶୁଭ ସମାଚାର ପାଇବେ। ପିଲାଦିନର ମିତ୍ରଙ୍କ ସହିତ ଭେଟ ହେବ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଗୁରୁଜନମାନଙ୍କ ଆଶୀର୍ବାଦ ଲାଭ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ।

ସିଂହ: ଅଫିସ୍‌ରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

କନ୍ୟା: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ସମସ୍ୟା ଦୂର କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ ରହିବ। ଆକସ୍ମିକ ଖର୍ଚ୍ଚ ହୋଇପାରେ।

ବିଛା: ସୁଖ, ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁ ବା ପରିବାର ଲୋକଙ୍କ ସହିତ ଦୂର ସ୍ଥାନକୁ ଯାଇପାରନ୍ତି।

ଧନୁ: ମାନସିକ ଶାନ୍ତି ଲାଭ କରିବେ। ବକେୟା ଅର୍ଥ ମିଳିବ। ଘରର ବାତାବରଣ ଭଲ ରହିବ।

ମକର: ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।

କୁମ୍ଭ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଭାଇମାନଙ୍କ ସହିତ ସୁସମ୍ପର୍କ ରହିବ।

ମୀନ: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନକୁ ଆସିବାକୁ ଦିଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।

Related story