Advertisment

୨୯ ଅକ୍ଟୋବର, ଶନିବାର, ପୁରୁଣା କଥାକୁ ନେଇ ବିବାଦ ଦେଖାଦେବ

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ମନାନ୍ତର ହୋଇପାରେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।  ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିବେ । ବୃଷ: ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁଁ ମାନସିକ ଚାପ ଅନୁଭବ କରିବେ। ନିଜର ମନ ପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ଶରୀରରେ ଆଘାତ ଲାଗିପାରେ। ପୁରୁଣା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ । ମିଥୁନ: ବ୍ୟବସାୟ ବାଣିଜ୍ୟରେ […]

ଅଦ୍ୟତନ ହୋଇଛି
୧୯ ନଭେମ୍ବର, ଶନିବାର: ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ

RASI

Advertisment

ମେଷ:ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ମନାନ୍ତର ହୋଇପାରେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।  ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିବେ ।

Advertisment

ବୃଷ:ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁଁ ମାନସିକ ଚାପ ଅନୁଭବ କରିବେ। ନିଜର ମନ ପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ଶରୀରରେ ଆଘାତ ଲାଗିପାରେ। ପୁରୁଣା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ ।

ମିଥୁନ:ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମହିଳାମାନେ ଧର୍ମ ପରାୟଣା ହେବେ। ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ ।

Advertisment

କର୍କଟ: ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୂରଯାତ୍ରା କରିବାର ସୁଯୋଗ ଆସିବ। ପରିବାରରେ ଶାନ୍ତି ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।

ସିଂହ:ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ। ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ। ସନ୍ତାନ ପକ୍ଷକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଜଟିଳ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

କନ୍ୟା:କୌଣସି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୈନିକ ରୋଜଗାରରେ ବାଧା ଉପୁଜିପାରେ। ପରିବାରରେ ଅଶାନ୍ତି ମଧ୍ୟ ଦେଖାଦେଇପାରେ ।ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ତୁଳା:ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ନପାଇ ମନ ଦୁଃଖ ରହିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ।

ବିଚ୍ଛା: ଆୟ ବ୍ୟୟ ସମାନ ରହିବ । ଅତ୍ୟଧିକ ପରିଶ୍ରମ ଯୋଗୁଁ ଚାପ ଅନୁଭବ କରିବେ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ବାଦବିବାଦ ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ ।

ଧନୁ:ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ବନ୍ଧୁବାନ୍ଧବଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ମହିଳାମାନେ ଆନନ୍ଦିତ ରହିବେ ।

ମକର:ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ନିଜର ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇବେ।

କୁମ୍ଭ:କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।  ଯେକୌଣସିମତେ  ଅର୍ଥ ରୋଜଗାର ହେବ।

ମୀନ:ସାମାଜିକ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ପ୍ରଚୁର ଲାଭବାନ ହେବେ। ବିଶିଷ୍ଚ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe